ଉଦଳାରେ ପୁଣି ଦୁର୍ଘଟଣା; ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା, ୨ ମୃତ

Published By : Prameya-News7 Bureau | March 01, 2024 IST

ଉଦଳା: ଡେଥ ଜୋନ ପାଲଟିଲାଣି ଉଦଳା। ବାରିପଦା ରାଜ୍ୟ ରାଜପଥରେ ଲଗାତାର ଦୁଇ ଦିନରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ସେହିପରି ଆଜି ରାତ୍ର ସମୟରେ ଉଦଳା - ବାରିପଦା ରାଜ୍ୟ ରାଜପଥର ଧନାପନା ଛକ ନିକଟରେ ଦୁଇ ବୁଲେଟ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

{"id":915990,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ, ଉଦଳାରୁ ପିଲାକୁ ଛାଡି ନିଜ ବୁଲେଟରେ କହ୍ନେଇବନ୍ଧ ଅଞ୍ଚଳର ରମାକାନ୍ତ ହେମ୍ବ୍ରମ ଫେରୁଥିବା ବେଳେ ବିପରୀତ ଦିଗରୁ ବୁଲେଟରେ ଖୁଣ୍ଟା ଅଂଚଳର ଅଭିଜିତ ବେହେରା ଏବଂ ଜଗନ୍ନାଥ ଦେହୁରୀ ଆସୁଥିଲେ। ଉଭୟ ବାଇକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ଅଭିଜିତ ବେହେରା ଏବଂ ରମାକାନ୍ତ ହେମ୍ବ୍ରମଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ହୋଇଛି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଯୁବକଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଖୁଣ୍ଟା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

wp:heading {"level":4}

Also read- ଭିଜିଲାନ୍ସ ଜାଲରେ ଫସିଲେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ କ୍ଲର୍କ, ବିଲ୍‌ ପାସ୍‌ କରାଇଦେବାକୁ କହି ନେଉଥିଲେ ଲାଞ୍ଚ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.