ରାଜ୍ୟରେ ଗୁରୁବାର ଡିସଚାର୍ଜ ହେଲେ ୮୨୫ କରୋନା ଆକ୍ରାନ୍ତ, ସମ୍ବଲପୁରରୁ ସର୍ବାଧିକ ସୁସ୍ଥ

Published By : Prameya-News7 Bureau | February 24, 2022 IST

ଭୁବନେଶ୍ବର ୨୪/୦୨ : ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ୍‌ ସଂକ୍ରମଣ ଗ୍ରାଫ୍‌ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ଗୁରୁବାର ରାଜ୍ୟରେ ୮୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୭୧ ହଜାର ୮୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୭୯ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡରୁ ୧୦୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସୁସ୍ଥଙ୍କ ସଂଖ୍ୟା ଶହେ ତଳେ ରହିଛି ।

wp:embed {"url":"https://twitter.com/HFWOdisha/status/1496838647542288387?cxt=HHwWhsCsjbi068UpAAAA","type":"rich","providerNameSlug":"twitter","responsive":true}
https://twitter.com/HFWOdisha/status/1496838647542288387?cxt=HHwWhsCsjbi068UpAAAA
/wp:embed wp:embed {"url":"https://twitter.com/HFWOdisha/status/1496838654295101443","type":"rich","providerNameSlug":"twitter","responsive":true}
https://twitter.com/HFWOdisha/status/1496838654295101443
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.