ପ୍ରମେୟ, ନ୍ୟୁଜ ସେଭେନ ଓ ଡିଜିଟାଲ ଓ୍ୱିଙ୍ଗ୍ସର ସ୍ୱନକ୍ଷତ୍ର ଉତ୍ସବ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | December 10, 2022 IST

ଭୁବନେଶ୍ୱର ୧୦/୧୨: ଖବର ଯାହା ଆପଣ ଆପଣଙ୍କ ଟିଭି ପରଦାରେ ପ୍ରତିଟି ଅପଡେଟ ଦେଖୁଛନ୍ତି । ଖବର ଯାହା ପ୍ରତିଟି ବିଶ୍ଳେଷଣ ସହିତ ସକାଳର ଫ୍ରେସ ଚା ସହିତ ପଢୁଥାନ୍ତି । ଖବର ଯାହା ଆପଣ ବସରେ କାରରେ ଗଲାବେଳେ ହେଉ କିମ୍ବା ଘରେ ବସିଥିବା ବେଳେ ଆପଣଙ୍କ ମୋବାଇଲରେ ଦେଖନ୍ତି। ଆଉ ସବୁବେଳେ ଅପଡେଟ ସହିତ ଆସିଛି ପ୍ରମେୟ ନ୍ୟୁଜ ସେଭେନ ।

ଆଜି ଏହି ଗ୍ରୁପ ପ୍ରମେୟ, ନ୍ୟୁଜ ସେଭେନ ଏବଂ ଏହାର ପୋର୍ଟାଲ ତାର ଜନ୍ମଦିନ ପାଳନ କରୁଛି । ଆଉ ଏହା ମଧ୍ୟ ଏକ ଏମିତି ଖବର ଯାହା ଆପଣଙ୍କ ରୁଚିକୁ ଛୁଇଁବ। ଏହି କାର୍ଯ୍ୟକ୍ରମରେ ଆପଣ ଗୋଟିଏ ମଞ୍ଚରେ ଓଡ଼ିଶାର ଦୁଇ ରାଷ୍ଟ୍ରନେତାଙ୍କୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟସଭାର ଉପାଧ୍ୟକ୍ଷ ଡକ୍ଟର ହରିବଂଶ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଛନ୍ତି ପ୍ରତିଷ୍ଠିତ ସାମ୍ବାଦିକ, ସିନେ ପ୍ରଯୋଜକ ପ୍ରୀତିଶ ନନ୍ଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.