ସାମ୍ନାକୁ ଆସିଲା ଅନ୍ନୁ କପୁରଙ୍କ ହେଲଥ୍ ଅପଡେଟ୍, ଜାଣନ୍ତୁ କ’ଣ କହିଲେ ଡାକ୍ତର
27/01/2023 at 8:47 AM

ମୁମ୍ଵାଇ ୨୭।୦୧: ଭେଟେରାନ ଅଭିନେତା ଅନ୍ନୁ କପୁର । ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅନ୍ନୁ କପୁରଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସେ ବର୍ତ୍ତମାନ ଡାକ୍ତରଖାନାର କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ତତ୍ତ୍ଵାବଧାନରେ ଅଛନ୍ତି। ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଖାନା ପ୍ରଶାସନ କହିଛନ୍ତି । ଗୁରୁବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।
ଅନ୍ନ କପୁରଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଡାକ୍ତରୀ ଦଳ କହିଛନ୍ତି ଯେ ବିଶିଷ୍ଟ ଅଭିନେତା ତଥା ଗାୟକ ଅନ୍ନୁ କପୁର ସାର୍ଙ୍କୁ ଗଙ୍ଗା ରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କ, “ଛାତି ଅସ୍ୱାଭାବିକତା ଯନ୍ତ୍ରଣା ଅନୁଭବ କରିଥିବାରୁ ହୃଦରୋଗରେ ଚିକିତ୍ସିତ ହୋଇଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ।
କହିବାକୁ ଗଲେ ଅନ୍ନୁ କପୁରଙ୍କୁ ୬୬ ବର୍ଷ ବୟସ । ସେ ଜଣେ ରେଡିଓ ଜକି, ଅଭିନେତା, ଗାୟକ ଏବଂ ଟିଭି ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି । ସେ ୧୦୦ ରୁ ଅଧିକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଛନ୍ତି । ସେ ୪ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ ଜଗତରେ ଆକ୍ଟିଭ୍ ଥିଲେ। ଅନ୍ନୁ କପୁର ତାଙ୍କର ୪ ଦଶନ୍ଧି କ୍ୟାରିୟରରେ ବିଭିନ୍ନ ବର୍ଗରେ ୨ ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୧ ଟି ଫିଲ୍ମଫେୟାର ପୁରସ୍କାର ଏବଂ ୨ ଟି ଭାରତୀୟ ଟେଲିଭିଜନ ଏକାଡେମୀ ଆୱାର୍ଡ ସହ ଅନେକ ପୁରସ୍କାର ଜିତିଛନ୍ତି । ଅନ୍ନୁ କପୁର ଅମିତାଭ ବଚ୍ଚନ ଏବଂ ଶଶି କପୁରଙ୍କ ଅଭିନୀତ ‘କାଲା ପାଥାର’ଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ।