ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବଂଶୀଧର ଆଣ୍ଡ୍‌ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ସମ୍ମାନଜନକ ସମ୍ଭବୀ ପୁରସ୍କାର ୨୦୨୩ ଘୋଷଣା

8/02/2023 at 10:15 PM

ଭୁବନେଶ୍ବର, ୦୮/୦୨: ବଂଶୀଧର ଆଣ୍ଡ୍‌ ଇଲା ପଣ୍ଡା ଫାଣ୍ଡେସନ ତରଫରୁ ୧୦ମ ସମ୍ଭବୀ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଡ. ଏଡି. ଇମ୍ରାନ୍‌ ଅଲି ସମ୍ଭାବୀ ପୁରସ୍କାର ୨୦୨୩ର ବିଜେତା ହୋଇଛନ୍ତି। ସେହିଭଳି ସମ୍ବଲପୁରର ପରିଚୟକୁ ଜୁରୀ କମେଣ୍ଡେସନ ସାର୍ଟିଫିକେସନ ୨୦୨୩ ପାଇଁ ବିଜେତା ଘୋଷଣା କରାଯାଇଛି।

ଡ.ଏମଡି. ଇମ୍ରାନ ଅଲି, ଡ୍ରଗ୍ସ ମୁକ୍ତ ପିଲାଦିନ ଅଭିଯାନ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମିଶନ୍ ଅନ୍ ହ୍ୱିଲ୍, ନିଶା ନିବାରଣ ଏବଂ କ୍ୟାନ୍ସରର ଚିକିତ୍ସା କ୍ଷେତ୍ରକୁ ନିଜକୁ ଉତ୍ସର୍ଗ କରିଛନ୍ତି। ସେ ତମାଖୁ ମୁକ୍ତ ସମାଜ ତଥା ଓଡ଼ିଶାରେ ନିଶା ନିବାରଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି।

ସେହିପରି ସମ୍ବଲପୁରର ସମାଜସେବୀ ସଂଗଠନକୁ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସହାୟତା, ଦରିଦ୍ର ଏବଂ ସାମାଜିକ ଅବହେଳିତ ଲୋକମାନଙ୍କର ଥଇଥାନ ଦିଗରେ କାମ କରିବାକୁ ନେଇ ଜୁରୀ କମେଣ୍ଡେସନ ସାର୍ଟିଫିକେସନ ୨୦୨୩ ପାଇଁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ସମାଜରେ ପରିବର୍ତ୍ତନ ଦିଗରେ କାମ କରୁଥିବା ଲୋକଙ୍କୁ ସମ୍ମାନିତ କରିବା ୨୦୧୪ ରୁ ବଂଶୀଧର ଏବଂ ଇଲା ପଣ୍ଡା​‌ ଫାଉଣ୍ଡେସନ (BIPF) ତରଫରୁ ଏହି ସମ୍ମାନଜନକ ସମ୍ଭବୀ ପୁରସ୍କାର ଦିଆଯାଉଛି। ଉଦ୍ଦେଶ୍ୟରେ ଯାହାକି ଏହି ଦିଗରେ ନାଗରିକଙ୍କୁ ଅଧିକ ଉତ୍ସାହିତ କରିବ।

୨୦୧୪ ରେ ସମ୍ଭବୀ ପୁରସ୍କାର ୨୦୧୪ ରେ ପ୍ରତିଷ୍ଠା ହୋଇଥିଲା। ଏଥିରେ ବିଜେତାଙ୍କୁ ୨,୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥାଏ। ସେହିଭଳି ସମ୍ଭବୀ ଜୁରୀ କମେଣ୍ଡେସନ ସାର୍ଟିଫିକେସନ ବିଜେତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ମିଳିବ। ଏହି ବିଜେତାଙ୍କୁ ବିଆଇପିଏଫ୍‌ର ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯିବ।

   Related Posts