କପିଲ ସେୟାର କଲେ ‘ମେଗା ବ୍ଲକବଷ୍ଟର’ର ପୋଷ୍ଟର, ବଡ ପରଦାରେ ରଶ୍ମିକା ସହ ଆସିବେ ନଜର !

Published By : Prameya-News7 Bureau | September 02, 2022 IST

ମୁମ୍ଵାଇ ୦୨।୦୯: ସୋନି ଟିଭିର ସୁପରହିଟ୍ କମେଡି ଶୋ 'ଦି କପିଲ ଶର୍ମା 'କୁ ପୁଣି ଥରେ ଫେରୁଛନ୍ତି। ଏଥର ଶୋ’ରେ କିଛି ନୂଆ ଚରିତ୍ର ମଧ୍ୟ ଦେଖିବାକୁ ମିଳିବ । ତାଙ୍କ ଶୋ’ର ପ୍ରତ୍ୟାବର୍ତ୍ତନ ବିଷୟରେ ଆଲୋଚନା ମଧ୍ୟରେ ଏବେ କପିଲ ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ କରି ପ୍ରଶଂସକଙ୍କ ସରପ୍ରାଇଜ୍ ଦେଇଛନ୍ତି। କମେଡି କିଙ୍ଗ ଖୁବ ଶୀଘ୍ର 'ମେଗା ବ୍ଲକବଷ୍ଟର' ନାମକ ଏକ ଫିଲ୍ମରେ ନଜର ଆସିବେ । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ କରିବାବେଳେ କପିଲ ଶର୍ମା ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ ଦେଇଛନ୍ତି।

Kapil Sharma, mega blockbuster, kapil sharma new movie, rashmika mandana, karthi, trisha, द कपिल शर्मा शो, कपिल शर्मा, Kapil Sharma new movie poster, the kapil sharma show, Kapil Sharma, kapil sharma comdey king, Kapil Sharma new movie poster, the kapil sharma show

ଏହି 'ମେଗା ବ୍ଲକବଷ୍ଟର'ର ଟ୍ରେଲର ସେପ୍ଟେମ୍ବର ୪ରେ ରିଲିଜ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ କପିଲ ଶର୍ମାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଦୀର୍ଘ ସମୟ ପରେ କପିଲ ବଡ ପରଦାକୁ ଫେରୁଛନ୍ତି। ବିଶେଷ କଥା ହେଉଛି କପିଲ ଶର୍ମାଙ୍କ ସହ ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦନା, ତ୍ରିଷ୍ଣା କୃଷ୍ଣନ ଏବଂ କାର୍ତ୍ତିଙ୍କ ଭଳି ଦକ୍ଷିଣ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀମାନେ ମଧ୍ୟ ନଜର ଆସିବେ। ସମସ୍ତ କଳାକାର ସୋସିଆଲ ମିଡିଆରେ ନିଜ ନିଜ ଲୁକ୍‌ର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। କପିଲ ଶର୍ମା ପୋଷ୍ଟ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଥିଲେ- 'ୟେ ୱାଲି ମୋ ଫ୍ୟାନ୍ସଙ୍କ ପାଇଁ । ଆଶା କରୁଛି ଆପଣ ଏହାକୁ ପସନ୍ଦ କରିବେ। ’ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରେଲର ୪ ସେପ୍ଟେମ୍ବରରେ ରିଲିଜ ହେବ।

ଦୀର୍ଘ ଦିନ ପରେ କପିଲ ଶର୍ମାଙ୍କୁ ବଡ ପରଦାରେ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ତାଙ୍କର ପ୍ରଶଂସକ ଏବଂ ଫ୍ୟାନ ଫଲୋର୍ସମାନେ ମଧ୍ୟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି। କପିଲ ଶର୍ମାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବହୁତ ଆଗ୍ରହୀ ଅଛନ୍ତି। ଅନ୍ୟପକ୍ଷରେ, ଦି କପିଲ ଶର୍ମା ଶୋ’ ମଧ୍ୟ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.