oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ଜୁଲାଇ ୨୨ରୁ ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ସଂସଦ ଘେରାଉ

4/07/2021 at 7:30 PM

ନୂଆଦିଲ୍ଲୀ ୦୪।୦୭: କୃଷି ଆଇନ ବିରୋଧରେ ଆନ୍ଦୋଳନ ହେବ ଆହୁରି ତୀବ୍ରତର। ମୌସୁମୀ ଅଧିବେଶନ ସମୟରେ ସଂସଦ ସାମ୍ନାରେ କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ପ୍ରତିଦିନ ୨୦୦ କୃଷକଙ୍କ ଏକ ସମୂହ ବିରୋଧ ପ୍ରଦର୍ଶନ କରିବେ। ରବିବାର ଏହାର ଘୋଷଣା କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସକେଏମ)। ମୋର୍ଚ୍ଚା ବିରୋଧୀ ଦଳର ସାଂସଦଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଗୃହ ଭିତରେ ଏବଂ ବାହାରେ ସ୍ଵର ଉଠାନ୍ତୁ ନଚେତ୍ ଇସ୍ତଫା ଦିଅନ୍ତୁ। ଏହା ପୂର୍ବରୁ ଜୁଲାଇ ୮ରେ ପେଟ୍ରୋଲ-ଡିଜେଲ୍ ଓ ଏଲପିଜି ଗ୍ୟାସ୍‌ର ଦରବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହେବ।

କୃଷି ଆଇନ ବିରୋଧରେ ୪୦ରୁ ଅଧିକ କୃଷକ ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚାର ବ୍ୟାନର ତଳେ ଗତ ବର୍ଷ ନଭେମ୍ବରଠୁ ଦିଲ୍ଲୀ ସୀମାରେ ଡେରା ପକାଇ ପ୍ରଦର୍ଶନ ଜାରି ରଖିଛନ୍ତି। ଏସକେଏମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୌସୁମି ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଗୃହ ଭିତରେ ଆଇନର  ବିରୋଧ କରିବା ପାଇଁ ସମସ୍ତ ବିରୋଧୀ ସାଂସଦଙ୍କୁ ଚେତାବନୀ ପତ୍ର ଦିଆଯିବ।

କୃଷକ ନେତା ବଲବୀର ସିଂହ ରାଜେଓ୍ଵାଲ କହିଛନ୍ତି, ବିରୋଧୀ ସାଂସଦମାନଙ୍କୁ ଗୃହ ଭିତରେ ପ୍ରତି ଦିନ ଏହି ପ୍ରସଙ୍ଗ ଉଠାଇବାକୁ କହିବୁ। ଆମେ ବାହାରେ ଆମର ପ୍ରଦର୍ଶନ ଜାରି ରଖିବୁ। ଯେ ପର୍ଯ୍ୟନ୍ତ ସରକାର ଏହି ପ୍ରସଙ୍ଗର ସମାଧାନ କରି ନାହାନ୍ତି ସେ ପର୍ଯ୍ୟନ୍ତ ଅଧିବେଶନ ଚଳାଇବାକୁ ଦେବୁ ନାହିଁ।

ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରେ ଆରମ୍ଭ  ହେବାକୁ ଯାଉଛି। ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନହୋଇଛି ଆମେ ସଂସଦ ବାହାରେ କ୍ରମାଗତ ବିରୋଧ ପ୍ରଦର୍ଶନ ଜାରି ରଖିବୁ। ପ୍ରତ୍ୟେକ କୃଷକ ସଂଗଠନର ୫ ଜଣ ବିରୋଧ ପ୍ରଦର୍ଶନରେ ସାମିଲ ହେବେ। ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଗ୍ୟାସ୍ ଦାମ ବୃଦ୍ଧି ପ୍ରତିବାଦରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯିବ।

   Related Posts