oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଫିଲ୍ମ ‘ପଠାନ୍‌’ର ଘୋଷଣା ହେଲା ରିଲିଜ୍‌ ଡେଟ୍‌, କିଙ୍ଗ ଖାନ୍‌ ସେୟାର କଲେ ଟିଜର୍‌…

2/03/2022 at 2:10 PM

ମୁମ୍ବାଇ ୦୨।୦୩ : ବହୁ ଦିନ ପରେ ନଜର ଆସିବେ ବଲିଉଡର କିଙ୍ଗ ଖାନ୍ ଶାହରୁଖ । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଶାହରୁଖ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ପୂର୍ବରୁ ସିନେପ୍ରେମୀମାନେ ‘ପଠାନ’ କେବେ ରିଲିଜ୍ ହେବ ସେନେଇ ଆଗ୍ରହର ସହ ଚାହିଁ ରହିଥିଲେ । ଏହାକୁ ନେଇ ଶାହରୁଖ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଜଣାଇଛନ୍ତି ।

ତେବେ ପୋଷ୍ଟରୁ ଜଣାପଡ଼ିଛି ଯେ, ଆସନ୍ତାବର୍ଷ ଜାନୁଆରୀ ମାସ ୨୫ ତାରିଖରେ ପଠାନ୍ ସିନେମା ଘରକୁ ଆସିବ । ବହୁ ସମୟ ଧରି କିଙ୍ଗ ଖାନଙ୍କ କୌଣସି ସିନେମା ପରଦା ଉପରକୁ ଆସିନଥିବାରୁ ସିନେପ୍ରେମୀମାନେ ଶାହରୁଖଙ୍କ ଫିଲ୍ମକୁ ଚାହିଁ ରହିଛନ୍ତି । ପୋଷ୍ଟରେ ଶାହରୁଖ ଲେଖିଛନ୍ତି- ‘ମୁଁ ଜାଣିଛି ବହୁତ ବିଳମ୍ବ ହୋଇଗଲା । କିନ୍ତୁ ଆପଣମାନେ ତାରିଖକୁ ଭଲଭାବେ ମନେ ରଖନ୍ତୁ । ପଠାନର ଟାଇମ୍ ଆରମ୍ଭ ହୋଇଯାଇଛି । ୨୦୨୩ ଜାନୁଆରୀ ୨୫ରେ ଆମେ ସିନେମା ଘରେ ଦେଖା ହେବା ।

ପଠାନରେ ଶାହରୁଖଙ୍କୁ ଏକ ସ୍ପେଶାଲ ଲୁକରେ ଦେଖିବାକୁ ମିଳିବ । ଶାହରୁଖଙ୍କ ଏହି ଫିଲ୍ମ ହିନ୍ଦି, ତାମିଲ, ତେଲୁଗୁ ଆଦି ୩ଟି ଭାଷାରେ ରିଲିଜ୍‌ ହେବ । ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବା ସହ ଶାହରୁଖ ଫିଲ୍ମର କିଛି ଝଲକ ମଧ୍ୟ ସେୟାର କରିଛନ୍ତି । ଦୀର୍ଘ ୫ ବର୍ଷ ପରେ କିଙ୍ଗଖାନ ବଡ଼ ପରଦାକୁ ଫେରୁଛନ୍ତି । ଏହି ପୋଷ୍ଟର ସେୟାର କରିବାର କିଛି ମିନିଟ ମଧ୍ୟରେ ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିଛନ୍ତି ।

   Related Posts