ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

T20 World Cup 2022 ପାଇଁ ମ୍ୟାଚ୍ ରେଫରୀ ଏବଂ ଅମ୍ପାୟର ଘୋଷଣା, ଜଣେ ଭାରତୀୟଙ୍କୁ ମିଳିଲା ସ୍ଥାନ

4/10/2022 at 3:44 PM

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ୨୦୨୨ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମ୍ୟାଚ୍ ଅଫିସିଆଲଙ୍କ ନାଁ ଘୋଷଣା କରିଛି। ମ୍ୟାଚ୍ ରେଫରୀ ଏବଂ ଅମ୍ପାୟର ସମେତ ମୋଟ୍ ୧୦ ଅଧିକାରୀଙ୍କୁ ବିଶ୍ଵ କପ୍‌ ପାଇଁ ଚୟନ କରାଯାଇଛି। ଏଥିରେ ୧୬ ଅମ୍ପାୟର ଏବଂ ୪ ମ୍ୟାଚ୍ ରେଫରୀ ରହିଛନ୍ତି। ଅମ୍ପାୟରଙ୍କ ମଧ୍ୟରେ ଜଣେ ଭାରତୀୟ ଅମ୍ପାୟର ସାମିଲ୍ ଅଛନ୍ତି। ସେ ହେଉଛନ୍ତି ନୀତିନ ମେନନ। ସେ ଏକ ମାତ୍ର ଭାରତୀୟ ଅମ୍ପାୟର ହିସାବରେ ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ୍ ଅଛନ୍ତି।

ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଏବଂ ସୁପର ୧୨ ପାଇଁ ୨୦ ମ୍ୟାଚ୍ ଅଫିସିଆଲଙ୍କ ନାଁ ଘୋଷଣା କରିଛି।ମୋଟ୍ ୧୬ ଅମ୍ପାୟର ଅମ୍ପାୟରିଂ କରିବେ। ଏଥିରେ ନୀତିନ ମେନନଙ୍କ ସହିତ ରିଚାର୍ଡ କେଟଲବୋରୋ, କୁମାର ଧର୍ମସେନା ଏବଂ ମରେସ ଇରାସମସନଙ୍କ ନାମ ସାମିଲ୍।

ଆଇସିସି ଏଲିଟ୍ ପ୍ୟାନେଲର ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେଙ୍କ ପରି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍‌ର ଟି-୨୦ ବିଶ୍ଵ କପ୍‌ର ଅଷ୍ଟମ  ସଂସ୍କରଣ ପାଇଁ ମ୍ୟାଚ୍ ରେଫରୀ ଦାୟିତ୍ଵ ତୁଲାଇବେ। ତାଙ୍କ ସହିତ ଜିମ୍ବାଓ୍ଵେର ଆଣ୍ଡ୍ର୍ୟୁ ପାଇକ୍ରଫ୍ଟ, ଇଂଲଣ୍ଡର କ୍ରିଷ୍ଟୋଫର ଏବଂ ଅଷ୍ଟ୍ରେଲିଆର ଡେଭିଡ୍ ବୁନ୍ ରହିଛନ୍ତି।

ମ୍ୟାଚ୍ ରେଫରୀ- ଆଣ୍ଡ୍ର୍ୟୁ ପାଇପକ୍ରଫ୍ଟ, କ୍ରିଷ୍ଟୋଫର ବ୍ରଡ, ଡେଭିଡ୍ ବୁନ ଏବଂ ରଞ୍ଜନ ମଦୁଗଲେ।

ଅମ୍ପାୟର- ଏଡ୍ରିୟନ ହୋଲ୍ଡଷ୍ଟକ, ଅଲୀମ ଦାର, ଏହସାନ ରାଜା, କ୍ରିଷ୍ଟୋଫର ବ୍ରାଉନ, କ୍ରିଷ୍ଟୋଫର ଗଫାନି, ଜୋଏଲ ଓ୍ଵିଲସନ, କୁମାର ଧର୍ମସେନା, ଲାଙ୍ଗଟନ ରୁସେରେ, ମରାଇସ ଇରାସମସ, ମାଇକେଲ ଗଫ, ନୀତିନି ମେନନ, ପଲ୍ ରିଫେଲ, ପଲ୍ ଓ୍ଵିଲସନ, ରିଚାର୍ଡ ଇଲିଙ୍ଗଓ୍ଵର୍ଥ, ରିଚାର୍ଡ କେଟଲବୋରୋ, ରଡନୀ ଟକର।

   Related Posts