ବିଧାନସଭା ନିର୍ବାଚନ ପାଇଁ ୩୭ ସିଟ୍‌ରେ ଆପ୍‌ର ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଟିକେଟ୍

Published By : Prameya-News7 Bureau | April 18, 2024 IST

ଭୁବନେଶ୍ଵର: ଓଡ଼ିଶାର ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରଥମ ପର୍ଯ୍ୟାୟରେ ୩୭ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ଦଳ କେତୋଟି ଆସନରେ ନିର୍ବାଚନ ଲଢିବ ତାହା ସ୍ପଷ୍ଟ ହୋଇ ନାହିଁ। କେନ୍ଦ୍ରରେ ଆପ୍ ଇଣ୍ଡିଆ ମେଣ୍ଟରେ ରହି ନିର୍ବାଚନ ଲଢୁଥିବା ବେଳେ ଓଡିଶାରେ କଂଗ୍ରେସ ସହ ଆଲୋଚନା ନ କରି ନିର୍ବାଚନ ଲଢୁଛି। ଆଉ ଏହାର ପ୍ରତୀଫଳନ ନିର୍ବାଚନ ତାଲିକାରେ ଦେଖିବାକୁ ମିଳିଛି।

Also read: ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସ୍ବାଗତ କଲେ ସସ୍ମିତ ପାତ୍ର

ଘୋଷିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ପଦ୍ମପୁରରୁ ବାଲ୍ମିକୀ ନାୟକ, ବରଗଡ଼ରୁ ଆଶିଷ ଶତପଥି, ଅତାବିରାରୁ ଜୟକୃଷ୍ଣ ଛୁରିଆ, ଭଟଲୀରୁ ଶାହରୁଖ ଲୋଧିଆ, କୁମୁଦ ରଞ୍ଜନ ପ୍ରସାଦ, ବଣାଇରୁ କୁନି ମୁଣ୍ଡା, ରେଙ୍ଗାଳିରୁ ଶ୍ରୀକାନ୍ତ ରୋହିଦାସ, ଉଦଳାରୁ ରାଜ କିଶୋର ମାରାଣ୍ଡି, ମୋରାଡ଼ାରୁ ଶଙ୍କର୍ଷଣ ମିଶ୍ର, ବଡ଼ଚଣାରୁ ବିଜୟ ଦାସ, ଢେଙ୍କାନାଳରୁ ଭରତ କୁମାର ଦାସ, ଅନୁଗୁଳରୁ ଦୀପ୍ତିମୟୀ ଦାଶ, ବଲାଙ୍ଗିରରୁ ଆଶିଷ ପାଣ୍ଡେ, ଭବାନୀପାଟଣାରୁ ରମେଶ ନାୟକ, ନର୍ଲାରୁ ପୃଥିରାଜ ଛତ୍ରିଆ, ଜି ଉଦୟଗିରିରୁ ଯୌବନ ମଲ୍ଲିକ, ବୌଦ୍ଧରୁ ସ୍ମୃତି ଶାସ୍ଵତି ମିଶ୍ର, ଆଠଗଡ଼ରୁ ଦେବୀ ପ୍ରସାଦ ମହାପାତ୍ର, ଚୌଦ୍ଵାର କଟକରୁ ବିଜୟଲକ୍ଷ୍ନୀ ମହାପାତ୍ର, ମାହାଙ୍ଗାରୁ ସାରଦା ପ୍ରସାଦ ଦାଶ, ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ, ମହାକାଳପଡାରୁ ବାଇବାନୁ ବେରୁଆ, ବାଲିକୁଦା ଏରସମାରୁ ବରଦା ପ୍ରସନ୍ନ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। 

ସେହିପରି ପୁରୀରୁ ସତ୍ୟଜିତ ମହାନ୍ତି, ବ୍ରହ୍ମଗିରିରୁ ଅଶ୍ଵିନ କୁମାର ସାମନ୍ତ ସିଂହାର, ଭୁବନେଶ୍ଵର ଉତ୍ତରରୁ ସୋମନାଥ ରାଉତ, ଦଶପଲ୍ଲାରୁ ଅଶୋକ ନାୟକ, ଭଞ୍ଜନଗରରୁ କବିରାଜ ବେହେରା, ଛତ୍ରପୁରରୁ ରିତୁ କୁମାରୀ ସେଠୀ, ଗୋପାଳପୁରରୁ ପି ନୀଳକଣ୍ଠ, ବ୍ରହ୍ମପୁରରୁ ସୁବାସ ଚନ୍ଦ୍ର ରାଉତ, ଦିଗପହଣ୍ଡିରୁ ପି ମନୋଜ କୁମାର, ଚିକିଟିରୁ ଦୁକା ଶ୍ରୀନିବାସ, ପାରଳାଖେମୁଣ୍ଡିରୁ ମନୋଜ ବଡନାଏକ, ଜୟପୁରରୁ ଗୌରୀ ଚରଣ ଦେବଶର୍ମା, କୋରାପୁଟରୁ କର୍ପୁର ହନ୍ତାଳ ଓ ଚିତ୍ରକୋଣ୍ଡାରୁ ଶରତ ଚନ୍ଦ୍ର ବୁରୁଡାଙ୍କୁ ଦଳ ଟିକେଟ୍ ଦେଇଛି। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.