ରାଜ୍ୟ ଶିଳ୍ପ ସଚିବଙ୍କ ଘୋଷଣା: କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ
2/12/2022 at 6:20 PM

କଟକ ୦୨/୧୨: କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ୍ ପାର୍କ। ରାଜ୍ୟ ସରକାର ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବେ। ଏନେଇ ମେକ ଇନ ଓଡ଼ିଶା କନକ୍ଲେଭରେ ଶୁକ୍ରବାର ଶିଳ୍ପ ସଚିବ ସୂଚନା ଦେଇଛନ୍ତି। ଚୌଦ୍ୱାରରେ ଥିବା ଓଟିଏମ ଲୁଗାକଳ ଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା ହେବ। ଏଥିରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ ରାଜ୍ୟ ସରକାର ମେକ ଇନ ଓଡ଼ିଶା କନକ୍ଲେଭରେ ଉପଯୁକ୍ତ ନିବେଶକ ସନ୍ଧାନରେ ଅଛନ୍ତି ବୋଲି ଶିଳ୍ପ ସଚିବ ଜଣାଇଛନ୍ତି।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023