ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

‘ଆପଣ କ୍ଷମତାର ନିଶାରେ ବୁଡି ଯାଇଛନ୍ତି’, କେଜ୍ରିୱାଲଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଅବକାରୀ ନୀତିକୁ କଲେ ସମାଲୋଚନା

30/08/2022 at 4:48 PM

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିକୁ ନେଇ ଜାରି ବିବାଦ ମଧ୍ୟରେ ସାମାଜିକ କର୍ମୀ ଆନ୍ନା ହଜାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି । ଆନ୍ନା ଲେଖିଥିବା ନିଜ ପତ୍ରରେ କେଜ୍ରିୱାଲଙ୍କୁ କ୍ଷମତାର ନିଶା ଏବଂ ଆମ ଆଦମୀ ପାର୍ଟି ସୃଷ୍ଟି ଆନ୍ଦୋଳନର ବିଚାରଧାରା ଏବଂ ମୂଲ୍ୟକୁ ଭୁଲିବା ନେଇ ସମାଲୋଚନା କରିଛନ୍ତି । ଆନ୍ନା ହଜାରେଙ୍କ ଅନୁସାରେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ କେଜ୍ରିୱାଲ ନିଜର ବିଚାରଧାରାକୁ ଭୁଲି ସାରିଛନ୍ତି।

ଆନ୍ନା ହଜାରେ ଚିଠିରେ ଲେଖିଛନ୍ତି,’ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ପ୍ରଥମ ଥର ଯେତେବେଳେ ମୁଁ ଆପଣଙ୍କୁ ଚିଠି ଲେଖିଛି । ମଦ ଘୋଟାଲାରେ ଦିଲ୍ଲୀ ସରକାରକୁ ନେଇ ନିକଟ ଅତୀତ ସମସ୍ତ ଖବର ନୈରାସ୍ୟଜନକ ରହିଛି । ମୁଁ ଗାନ୍ଧୀ ଜୀ ଏବଂ ତାଙ୍କ ବିଚାରଧାରାରୁ ପ୍ରେରିତ । ଏହି ଆଧାରରେ ମୁଁ ମୋ ଜୀବନ ଲୋକ, ସମାଜ ଏବଂ ଦେଶ ପାଇଁ ସମର୍ପିତ କରିଛି । ଗତ ୪୭ ବର୍ଷରେ ସମାଜର ଉତ୍ଥାନ ଏବଂ ଭଷ୍ଟ୍ରାଚାର ଦୂର କରିବା ଦିଗରେ କାମ କରୁଛୁ’।

ସେ ଲେଖିଛନ୍ତି, ‘ଆପଣ ସ୍ୱରାଜ ନାମକ ଏକ ବହି ଲେଖିଥିଲେ, ଏଥିରେ ଆପଣ ଆଦର୍ଶ ବିଷୟରେ ଲେଖିଥିଲେ । ସେହି ସମୟରେ ଆପଣଙ୍କ ଠାରୁ ବେଶି ଆଶା ଥିଲା, କିନ୍ତୁ ରାଜନୀତିରେ ପ୍ରବେଶ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ବିଚାରଧାରାକୁ ଭୁଲି ଯାଇଛନ୍ତି । ଆପଣ କ୍ଷମତାର ନିଶାର ବୁଡି ରହିଥିବା ଅନୁଭବ ହେଉଛି’।

ଆନ୍ନା ହଜାର ଦିଲ୍ଲୀର ନୂଆ ଅବକାରୀ ନୀତିକୁ କଡା ସମାଲୋଚନା କରିଛନ୍ତି । ଏଥିରେ ସେ କହିଛନ୍ତି, ‘ଆପଣ ମଦ ବିକ୍ରି ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିଛନ୍ତି । ସହରର କୋଣ ଅନୁକୋଣରେ ମଦ ଦୋକାନ ଖୋଲାଯାଉଛି ଯାହା ସାଧାରଣ ଲୋକଙ୍କ ପାଇଁ କ୍ଷତିକାରକ’।

   Related Posts