oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବେ ଆନ୍ନା ହଜାରେ, କହିଲେ ହେବ ଜୀବନର ଶେଷ ଅନଶନ

22/12/2020 at 3:57 PM

ନୂଆଦିଲ୍ଲୀ ୨୨।୧୨: ସମାଜସେବୀ ଆନ୍ନା ହଜାରେ ଦେଶର କୃଷକଙ୍କ ଲାଗି ଜୀବନର ଶେଷ ଅନଶନ କରିବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସେ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଥିବା ବେଳେ ଏହା ତାଙ୍କ ଜୀବନର ଶେଷ ଅନଶନ ହେବ। ଏଥିପାଇଁ ସେ ଏବେ ଅଣ୍ଟା ଭିଡୁଛନ୍ତି।

ଦେଶର ଚାଷୀ ଓ ଚାଷକୁ ନେଇ କେନ୍ଦ୍ର ସରକାର ତାଙ୍କୁ ଯେଉଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ତାହା ଏପର୍ଯ୍ୟନ୍ତ ପୂରଣ କରି ନାହାନ୍ତି।  ଯାହାକୁ ନେଇ ସେ ଅନଶନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ତେବେ ସେ କେଉଁଠାରେ ଅନଶନ କରିବେ ସ୍ଥାନ ଏପର୍ଯ୍ୟନ୍ତ ନିରୁପଣ ହୋଇ ନାହିଁ। ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଦେଶରେ ଲୋକପାଳ ଆନ୍ଦୋଳନ କରି କେନ୍ଦ୍ରର ୟୁପିଏ ସରକାରଙ୍କ କଫିନରେ ଶେଷ କଣ୍ଟା ପିଟିଥିବା ଆନ୍ନା ଏବେ ନରେନ୍ଦ୍ର ମୋଦି ସରକାରଙ୍କ ଲାଗି କଫିନ ସଜକରିବା ଆରମ୍ଭ କରିଛନ୍ତି। ଗତ ଅନଶନକାଳରେ ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ତଥା ଏବେକାର ମହାରାଷ୍ଟ୍ର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡନବୀଶଙ୍କ ଉପସ୍ଥିତିରେ ଆନ୍ନାଙ୍କୁ କିଛି ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତିରେ ଆନ୍ନା ହଜାରେ ଅନଶନ ଭଙ୍ଗ କରିବା ସହ ତାଙ୍କର ଦୀର୍ଘ ଆନ୍ଦୋଳନ ସମାପ୍ତ  କରିଥିଲେ।

ତେବେ ସେତେବେଳେ ସରକାର ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇ ନଥିବା ଏବେ ଆନ୍ନା ହଜାରେ ମନେ ପକାଇଛନ୍ତି। ଏଥିପାଇଁ ସେ ପୁଣି ଥରେ ଅନଶନରେ ବସିବାକୁ ଯୋଜନା କରୁଥିବା ବେଳେ ଏହା ତାଙ୍କ ଜୀବନର ଶେଷ ଓ ବୋନସ ଅନଶନ ହେବ ବୋଲି କହିଛନ୍ତି। ତେବେ ଆନ୍ନା ଏପର୍ଯ୍ୟନ୍ତ ତାଙ୍କ ଅନଶନ ଲାଗି ସ୍ଥାନ ମନୋନୀତ କରିନାହାନ୍ତି। ସେ ଦିଲ୍ଲୀ, ମୁମ୍ବାଇ ଅଥବା ତାଙ୍କ ଗାଁ ରାଲେଗଣ ଶିଦ୍ଧିରେ ଅନଶନ କରିପାରନ୍ତି।

ସେପଟେ ଆନ୍ନାଙ୍କ ଅନଶନ ନିଷ୍ପତ୍ତି ଜଣାପଡିବା ପରେ ତାଙ୍କୁ ବିଜେପି ନେତାମାନେ ଭେଟିବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସୋମବାର ଭେଟିଥିବା କିଛି ବଡବଡ ନେତା ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସଅକ୍ଷର ପାଳନ ହେବ। ଏଥିପାଇଁ ଅନଶନର ଆଉ ଆବଶ୍ୟକତା ନଥିବା ଆନ୍ନାଙ୍କୁ ବୁଝେଇବାକୁ ଉଦ୍ୟମ କରିଥିଲେ। ହେଲେ ଆନ୍ନା କିନ୍ତୁ ଅନଶନ ଜିଦ୍‌ରେ ଅଟଳ ଥିବା ଜଣାପଡିଛନ୍ତି। ତାଙ୍କ ଦାବି ପୂରଣ ହେଉ ଅଥବା ନ ହେଉ ସେ ନିଶ୍ଚିତ ଅନଶନ କରିବେ ବୋଲି ସଫାସଫା ବିଜେପି ନେତାଙ୍କୁ ଶୁଣେଇ ଦେଇଛନ୍ତି।

   Related Posts