କର୍ଣ୍ଣାଟକରେ ୧ ଜୁଲାଇରୁ ଆରମ୍ଭ ହେଲା ‘ଅନ୍ନ ଭାଗ୍ୟ’ ଓ ‘ଗୃହ ଜ୍ୟୋତି’ ସ୍କିମ୍‌, ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ୍

Published By : Prameya-News7 Bureau | July 01, 2023 IST

ବେଙ୍ଗାଲୁରୁ ୧।୭: କର୍ଣ୍ଣାଟକର କଂଗ୍ରେସ ସରକାର ୧ ଜୁଲାଇରୁ ତାଙ୍କର ୨ଟି ଗ୍ୟାରେଣ୍ଟି ସ୍କିମ୍ ‘ଅନ୍ନ ଭାଗ୍ୟ’ ଓ ‘ଗୃହଜ୍ୟୋତି’ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ଗତ ବିଧାନସଭା ନିର୍ବାଚନ କାଳରେ ଏହି ୨ଟି ଯୋଜନା ଲାଗି କଂଗ୍ରେସ ଗ୍ୟାରେଣ୍ଟି ଦେଇଥିଲା। ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ଶନିବାର ରାଜ୍ୟରେ ଯୋଜନା କାର୍ଯ୍ୟକାରୀ  ହୋଇଛି। ଅନ୍ନ ଭାଗ୍ୟ ଯୋଜନାରେ ସାରା ରାଜ୍ୟର ବିପିଏଲ କାର୍ଡ ଧାରୀଙ୍କୁ ପ୍ରତି ବ୍ୟକ୍ତି ମାସିକ ୧୦ କେଜି ଚାଉଳ ପ୍ରଦାନ କରାଯିବ।

UCC ଲାଗୁ କରିବାର ସଠିକ୍ ସମୟ, ସେମାନେ ନିଜ ଅନ୍ତରାତ୍ମାର କଥା ଶୁଣିବା ଦରକାର…ବିରୋଧୀଙ୍କୁ ନକଭୀଙ୍କ ପରାମର୍ଶ

ସେହି ପରି ଅନ୍ୟତମ ଗ୍ୟାରେଣ୍ଟି ସ୍କିମ୍‌ ‘ଗୃହ ଜ୍ୟୋତି’ରେ  ବିଦ୍ୟୁତ ଗ୍ରାହକଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ। ଏହା ପୂର୍ବରୁ କର୍ଣ୍ଣାଟକର ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ କେ.ଏଚ୍.ମୁନିୟପ୍ପା ଶୁକ୍ରବାର ରାଜ୍ୟରେ ଅନ୍ନ ଭାଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ଲାଗି ତାଙ୍କ ସରକାର ପ୍ରସ୍ତୁତ ବୋଲି କହିଥିଲେ। ଅନ୍ନ ଭାଗ୍ୟ ଯୋଜନାରେ ବିପିଏଲ ପରିବାରଙ୍କୁ ସଦସ୍ୟ ପିଛା ୧୦ କେଜି ଚାଉଳ ଦେବାକୁ ଘୋଷଣା  ହୋଇଛି। ତେବେ ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ସଦସ୍ୟ ପିଛା ୫ କେଜି ଚାଉଳ ପ୍ରଦାନ କରାଯିବ ବୋଲି କୁହାଯାଇଛି। ତେବେ ବଳକା ୫ କେଜି ଚାଉଳ ପାଇଁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ଜୁଲାଇ ପରେ ନଗଦ ଟଙ୍କା ପ୍ରଦାନ କରାଯିବ।

{"id":811206,"sizeSlug":"full","linkDestination":"none"}

ଅତିରିକ୍ତ ୫ କେଜି ଚାଉଳ ବଦଳେ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଚାଉଳ ମୂଲ୍ୟର ଅର୍ଥ ଏଥିପାଇଁ ଜମା କରୁଛନ୍ତି କାରଣ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ଚାଉଳ ନାହିଁ। ରାଜ୍ୟର କଂଗ୍ରେସ ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଆବଶ୍ୟକ ବିପୁଳ ଚାଉଳ କିଣିବା ପାଇଁ ସମସ୍ୟାରେ ପଡିଛନ୍ତି। ଏଣୁ ସରକାର ନିଶୁଳ୍କ ଚାଉଳ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ ପାଇଁ କେଜି ପିଛା ୩୪ ଟଙ୍କା ଦରରେ ନଗଦ ପୈଠ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନଗଦ ପୈଠ ରାଜ୍ୟରେ ୧୦ ଜୁଲାଇ ପରେ ଆରମ୍ଭ ହେବ।

ବନ୍ଦେ ଭାରତକୁ ଟାଣିଲା ଇଲେକ୍ଟ୍ରିକ ଇଞ୍ଜିନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍,ରେଲଓ୍ଵେ ଦେଲା ସ୍ପଷ୍ଟୀକରଣ

କର୍ଣ୍ଣାଟକ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅତିରିକ୍ତ ୫ କେଜି ଚାଉଳର ଏହି ଯୋଜନାରେ ସରକାର ଦକ୍ଷିଣ ଓ ଉତ୍ତର କର୍ଣ୍ଣାଟକରେ ଚାଉଳ ବଦଳେ ୨ କେଜି ରାଗି ଓ ଜୁଆର ଦେବା ପାଇଁ ଯୋଜନା ହେଉଛି। କାରଣ ରାଜ୍ୟର ଏହି ଅଞ୍ଚଳରେ ରାଗି ଓ ଜୁଆର ଲୋକଙ୍କ ମୁଖ୍ୟ ଖାଦ୍ୟ। ଏଣୁ ଅତିରିକ୍ତ ୫ କେଜି ଚାଉଳ ବଦଳେ ଏହି ମୋଟା ଦାନା ଦେବାକୁ ସରକାର ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.