ଅଲ-ହବଟ୍ଟର ଡବଲ ଟେନିସ୍ ଚାମ୍ପିଅନ ହେଲେ ଭାରତୀୟ ଅଙ୍କିତା ରାଇନା, ଦୁବାଇ ଟାଇଟଲ୍ ପୂର୍ବରୁ ଚଳିତ ବର୍ଷ ଜିତିଛନ୍ତି ଆଉ ୩ ଟ୍ରଫି

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ,୧୫/୧୨:  ଭାରତୀୟ ଟେନିସ୍ ଖେଳାଳି ଅଙ୍କିତା ରାଇନା ଦୁବାଇରେ କ୍ୟାଟରିନ୍ ଗୋଗର୍ଦଜେଙ୍କ ସହ ମିଳିତ ଭାବେ ଅଲ ହବଟ୍ଟର ଟ୍ରଫି ଜିତିଛନ୍ତି । ଏହା ହେଉଛି କାଙ୍କର ତୃତୀୟ ଡବଲ୍ସ ଟ୍ରଫି । ଭାରତ ଓ ଜର୍ଜିଆର ଏହି ଦୁଇ ଖେଳାଳି ଶନିବାର ଏକଲକ୍ଷ ଡଲାର ପୁରସ୍କାର ରାଶିର ଏହି ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟକୁ ଜିତିନେଇଛନ୍ତି ।

ଉଭୟ ଫାଇନାଲରେ ସ୍ପେନର ବୋଲସୋବା ଜାଦୋଇନୋବ ଓ ସ୍କୋବାକିୟାଙ୍କୁ ୬-୪ ଓ ୩-୬ ଓ ୧୦-୬ ସେଟରେ ପରାସ୍ତ କରିଛନ୍ତି । ଅଙ୍କିତାଙ୍କର ଏହା ହେଉଛି ଚତୁର୍ଥ ଡବଲ୍ସ ଟ୍ରଫି । ଏହାସହ ଚଳିତ କ୍ୟାଲେଣ୍ଡର ବର୍ଷର ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ବିଜୟ ଅଟେ ।ଏହାପୂର୍ବରୁ ସେ ଯେଉଁ ଟ୍ରଫି ହାସଲ କରିଥିଲେ ତାହା ୨୫ ହଜାର ଡଲାରର ଥିଲା ।

ଚଳିତ ବର୍ଷ ଫେବ୍ରୁଆରୀରେ ଅଙ୍କିତା ତିନୋଟି ଫାଇନାଲରେ ପ୍ରବେଶ କରିଥିଲେ । ଯେଉଁଥିରେ ସେ ବିବିୟାନୋ ସୁଫସଙ୍କ ସହ ଥାଇଲାଣ୍ଡର ନୋଥାବୁରୀରେ ଲଗାତର ବିଜୟୀ ହୋଇଥିଲେ । ଏହାସହ ସେ ଯୋଧପୁରରେ ହମବତନ ସ୍ନେହଲ ମାନେଙ୍କ ସହ ଉପ ବିଜେତା ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.