ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେହେନ୍ଦୀ ଉତ୍ସବରେ ଅଙ୍କିତାଙ୍କ ସହ ରୋମାଣ୍ଟିକ୍ ହେଲେ ଭିକି ଜୈନ୍, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ…

13/12/2021 at 1:02 PM

ମୁମ୍ବାଇ ୧୩।୧୨: ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଏବଂ ଭିକି ଜୈନ ଖୁବ୍‌ଶୀଘ୍ର ବିବାହ କରିବେ। ୧୪ ଡିସେମ୍ବର ଅର୍ଥାତ୍‌ ଆସନ୍ତା କାଲି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିକଟରେ ତାଙ୍କର ମେହେନ୍ଦୀ ଠାରୁ ଆରମ୍ଭ କରି ସଙ୍ଗୀତ ଯାଏଁ କାର୍ଯ୍ୟକ୍ରମ ସରିଲାଣି। ବର୍ତ୍ତମାନ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦୀ ଉତ୍ସବର ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହିତ ହୋଇଛନ୍ତି ।

ତେବେ ଅଙ୍କିତା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଦୁହେଁ ଖୁବ୍‌ ଖୁସି ଥିବାର ଜଣା ପଡୁଛନ୍ତି । ଭିକି ଅଙ୍କିତାଙ୍କୁତାଙ୍କ ହାତରେ ଉଠାଇ ଟେକି ଧରିଥିବାର ନଜର ଆସିଛନ୍ତି । ଏହି ସମୟରେ ଅଙ୍କିତା ହସୁଥିବାର ଦେଖିବାକୁ ମିଳୁଛି ।  ଆଉ କ୍ୟାପସନରେ ଲେଖିଛନ୍ତି ଯେ, ଯେଉଁ ଭଲ ପାଇବା ଆମେ ସେୟାର କରୁଛୁ ତାହା ମୋ ମେହେନ୍ଦୀକୁ ସୁନ୍ଦର କରି ଦେଇଛି। ମେହେନ୍ଦୀ ଉତ୍ସବରେ ଅଙ୍କିତା ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ଏବଂ ଭିକି ଗୋଲାପୀ ରଙ୍ଗର ଧୋତି ପ୍ୟାଣ୍ଟ ଏବଂ କୁର୍ତ୍ତା ପିନ୍ଧିଥିଲେ।

ଲୋକପ୍ରିୟ ଟେଲି ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରିବା ପରେ ଅଙ୍କିତା ଘରେ ଘରେ ପରିଚିତ ହୋଇଯାଇଥିଲେ। ଏହି ସିରିଏଲ୍‌ରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରି ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଏବେ ଅଙ୍କିତା ପବିତ୍ର ରିସ୍ତା ୨.୦ରେ ଅଭିନୟ କରୁଛନ୍ତି।

   Related Posts