LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ’ଣ ଗର୍ଭବତୀ ଅଛନ୍ତି କି ଅଙ୍କିତା ଲୋଖଣ୍ଡେ ? ଫଟୋରେ ଲୁଚାଇଲେ ବେବି ବମ୍ପ !

25/05/2023 at 1:33 PM

ମୁମ୍ଵାଇ ୨୫।୦୫: ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଶୋ ‘ପବିତ୍ର ରିସ୍ତା’ରୁ ଅର୍ଚ୍ଚନା ଭୂମିକାର ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ଅଙ୍କିତା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅଙ୍କିତା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ୍। ବର୍ତ୍ତମାନ ସେ ଏକ ଖବର ପାଇଁ ଆଲୋଚନାକୁ ଆସିଛନ୍ତି। ଅଙ୍କିତାଙ୍କ ଗର୍ଭଧାରଣ ବିଷୟରେ ଗୁଜବ ପ୍ରଚାରିତ ହୋଇଛି।

ଅଙ୍କିତା ବ୍ୟବସାୟ ବିକି ଜୈନଙ୍କୁ ବିବାହ କରିଛନ୍ତି। ବିକିଙ୍କୁ ବହୁ ବର୍ଷ ଧରି ଡେଟ କରିବା ପରେ, ଅଭିନେତ୍ରୀ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ । ଏଥିସହିତ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଅଙ୍କିତାଙ୍କ ଠାରୁ ଗୁଡନ୍ୟୁଡ୍‌ ପାଇଁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଲାଗୁଛି ଯେ ଅଭିନେତ୍ରୀ ପ୍ରଶଂସକଙ୍କ ଏହି ଇଚ୍ଛା ପୂରଣ କରିଛନ୍ତି।

ନିକଟରେ ଅଙ୍କିତା ଏକ ଗୋଲଡେନ୍‌ ଶାଢୀରେ ଫଟୋ ସୁଟ୍ କରିଥିଲେ। ଯେଉଁଥିରେ ଅଭିନେତ୍ରୀ ପର୍ସ ଧରି ବେବି ବମ୍ପ ଲୁଚାଉଥିବାର ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ଭାବୁଛନ୍ତି କି ଅଙ୍କିତା ଗର୍ଭବତୀ ଅଛନ୍ତି। ହେଲେ ଅଙ୍କିତା କିମ୍ବା ତାଙ୍କ ସ୍ୱାମୀ ବିକି ଏହି ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ଯଦି ଅଙ୍କିତା ପ୍ରକୃତରେ ଗର୍ଭବତୀ, ତେବେ ତାଙ୍କ ପ୍ରଶଂସକଙ୍କ ପାଇଁ ଏହା ବହୁତ ଭଲ ଖବର ।

   Related Posts