oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଇଡିର ଅଭିଯୋଗକୁ ଖଣ୍ଡନ କଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ଇନଷ୍ଟାଗ୍ରାମରେ ସେୟାର କଲେ ବ୍ୟାଙ୍କ୍ ଷ୍ଟେଟମେଣ୍ଟ

16/08/2020 at 12:54 PM

ମୁମ୍ବାଇ ୧୬।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ପୁରିଗଲାଣି । ସେ ଜୁନ୍ ୧୪ ତାରିଖରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଏବେବି ଜରି ରହିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ସିବିଆଇ କରୁଛି । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗରେ ଲଗାତର ପଚରାଉଚରା କରୁଛି ।

ନିକଟରେ ଖବର ଆସିଥିଲା ​​ଯେ ସୁଶାନ୍ତ ସିଂ ରାଜପୁତ ଅଙ୍କିତା ଲୋଖଣ୍ଡେଙ୍କ ଘରର ଇଏମଆଇ ଦେଉଥିଲେ । ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ଉପରେ ହୋଇଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ବ୍ୟାଙ୍କର ଷ୍ଟେଟମେଣ୍ଟକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏହାକୁ ସେୟାର କରି ଅଭିନେତ୍ରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଆଉ କିଛି କହିବାର ଆବଶ୍ୟକତା ନାହିଁ ।

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ଫ୍ଲାଟ ରେଜିଷ୍ଟ୍ରି ପେପର ସେୟାର କରି ଲେଖିଛନ୍ତି, ‘ମୁଁ ଏଠାରେ ସମସ୍ତ କଳ୍ପନାଜଳ୍ପନକୁ ବନ୍ଦ କରୁଛି ଏବଂ ମୁଁ ଏହାଠାରୁ ଅଧିକ ସ୍ବଚ୍ଛ ହୋଇପାରିବି ନାହିଁ। ମୋ ଫ୍ଲାଟର ରେଜିଷ୍ଟ୍ରି ଏବଂ ଏହାସହ ବ୍ୟାଙ୍କ ଷ୍ଟେଟମେଣ୍ଟ, ଯେଉଁଥିରେ ଦେଖିପାରିବେ ଯେ ମୋ ଫ୍ଲାଟର ଇଏମଆଇ ଜାନୁୟାରୀ ୧, ୨୦୧୯ରୁ ମାର୍ଚ୍ଚ ୧, ୨୦୨୦ ପର୍ଯ୍ୟନ୍ତ ମୋ ଆକାଉଣ୍ଟରୁ କଟାଯାଇଛି । ଏହା ବ୍ୟତୀତ ମୋର କିଛି କହିବାର ନାହିଁ।’ ଅଙ୍କିତା ରେଜିଷ୍ଟ୍ରି ସହିତ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ମଧ୍ୟ କମେଣ୍ଟ ଦେଇଛନ୍ତି।

View this post on Instagram

In continuation ??

A post shared by Ankita Lokhande (@lokhandeankita) on

ଅଙ୍କିତା ଲୋଖଣ୍ଡେଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ଶ୍ବେତା ସିଂ କିର୍ତ୍ତୀ କହିଛନ୍ତି ଯେ ଆପଣ ଜଣେ ସ୍ବାଧୀନ ମହିଳା ଏବଂ ମୁଁ ଆପଣଙ୍କ ପାଇଁ ଗର୍ବିତ। ଫ୍ୟାନ୍ସ ଅଙ୍କିତାଙ୍କ ଏହି ପୋଷ୍ଟରେ ବହୁତ କମେଣ୍ଟ କରୁଛନ୍ତି ଏବଂ ସେମାନଙ୍କର ମତାମତ ଦେଉଛନ୍ତି ।

   Related Posts