ପ୍ରଥମ ଥର ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ସତ କହିଲେ ଅଙ୍କିତା : ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | July 31, 2020 IST

ମୁମ୍ବାଇ ୩୧/୭: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଯାଞ୍ଚ ପାଇଁ ମୁମ୍ବାଇ ପହଞ୍ଚିଥିବା ବିହାର ପୋଲିସ୍ ଗୁରୁବାର ଜୁଲାଇ ୩୦ତାରିଖରେ ରାଜପୁତଙ୍କ ଆର୍ଥିକ ନେଣଦେଣ ଏବଂ ବ୍ୟାଙ୍କ ଖାତାର ବିବରଣୀ ଛାନଭିନ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ମାମଲାକୁ ନେଇ ଗୁରୁବାର ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଥିବା ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ ପଚରାଉଚୁରା ହୋଇଥିଲା। ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରଥମ ଥର ଅଙ୍କିତା ଲୋଖଣ୍ଡେ ସାମନାକୁ ଆସି ନିଜ କଥା ରଖିଛନ୍ତି। ଏକ ସାକ୍ଷାତକାରରେ ଅଙ୍କିତା ସୁଶାନ୍ତଙ୍କ ଡିପ୍ରେସନରେ ଥିବା କଥାକୁ ଅସ୍ବୀକାର କରିଥିଲେ ଏବଂ ଏହି ସମୟରେ ସେ ସୁଶାନ୍ତଙ୍କ କ୍ୟାରିୟର ପ୍ଲାନକୁ ନେଇ ଖୁଲାସା କରିଥିଲେ।   

{"id":308219,"sizeSlug":"large"}

ଅଙ୍କିତା କହିଥିଲେ ଯେ ସୁଶାନ୍ତଙ୍କ ସ୍ବପ୍ନ ସବୁବେଳେ ବଡ଼ ଥିଲା,କିନ୍ତୁ ସେ ସବୁବେଳେ ତଳେ ରହିବା କଥା କହିଥିଲେ। ଏକଥା ସେ ତାଙ୍କ ଡାଏରୀରୁ ଜାଣି ପାରିଥିଲେ। ସେ କହିଥିଲେ ଯେ ସୁଶାନ୍ତ ଡାଏରୀ ଲେଖିବାକୁ ଭଲ ପାଉଥିଲେ ଏବଂ ସେ ନିଜ ଡାଏରୀରେ ୫ବର୍ଷର କ୍ୟାରିୟର ପ୍ଲାନକୁ ନେଇ ବହୁତ କିଛି ଲେଖିଥିଲେ। ଅଙ୍କିତା ଏହା ମଧ୍ୟ କହିଥିଲେ ଯେ ସୁଶାନ୍ତ ବାସ୍ତବରେ ସେ ସବୁ କିଛି ଜିତି ନେଇଥିଲେ ଯାହା ସେ ପାଞ୍ଚ ବର୍ଷ ପରେ ଚାହୁଁଥିଲେ।

{"id":308220,"sizeSlug":"large"}

ଅଙ୍କିତା କହିଥିଲେ ଯେ ଯେତେବେଳେ ସେମାନେ ରିଲେସନଶିପରେ ଥିଲେ ସେତେବେଳେ ମଧ୍ୟ ସୁଶାନ୍ତ ସବୁବେଳେ ଚନ୍ଦ୍ର,ତାରା ଏବଂ ସଫଳ ଜୀବନ ବିଷୟରେ କହୁଥିଲେ। ତାଙ୍କ ବ୍ୟକ୍ତିତ୍ବ,ତାଙ୍କ ସ୍ବପ୍ନ ଏବଂ ତାଙ୍କ ଆକାଂକ୍ଷା ବଡ଼ ଥିଲା ଯାହାକୁ ସେ ନିଜ ପରିଶ୍ରମ ଏବଂ ଦୃଢ଼ ନିଷ୍ଠା ବଳରେ ପାଇବାକୁ ଚାହୁଁଥିଲେ। ସୁଶାନ୍ତ ପ୍ରକୃତରେ ଚାଷ କରିବାକୁ ଚାହୁଁଥିଲେ ଏବଂ ସଟ୍ ଫିଲ୍ମ କରିବାକୁ ଚାହୁଁଥିଲେ।

{"id":308224,"sizeSlug":"large"}

ଏତେ ସବୁ ହେବା ପରେ ଅଙ୍କିତା ଏହା ମାନିବାକୁ ନାରାଜ ଥିଲେ ଯେ ସୁଶାନ୍ତ ଡିପ୍ରେସନରେ ଥିଲେ। ସେ କହିଥିଲେ ଯେ ଜଣେ ଟ୍ୟାଲେଣ୍ଟେଡ ଅଭିନେତା ପାଇଁ ଡିପ୍ରେସନ ଏବଂ ବାଇପୋଲାର ଭଳି ଶବ୍ଦ ବ୍ୟବହାର କରିବା ଭୁଲ୍ ଅଟେ।

{"id":308223,"width":573,"height":860,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.