ଫ୍ୟାନ୍ସଙ୍କ ଇଚ୍ଛା ହେଲା ପୁରଣ ! ଅଙ୍କିତ ଗୁପ୍ତା ଓ ପ୍ରିୟଙ୍କା ଚୌଧୁରୀଙ୍କ ହେଲା ବାହାଘର, ଭିଡିଓ ଦେଖି ଫ୍ୟାନ୍ସ ଖୁସ୍
14/03/2023 at 5:43 PM

ମୁମ୍ବାଇ14/03: ଧାରାବାହିକ ‘ଉଡ଼ାରିଆଁ’ ଓ ‘ବିଗ୍-ବସ୍-16ରେ ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତାଙ୍କ ଦମଦାର କେମଷ୍ଟ୍ରି ଦେଖିବାକୁ ମିଳିଥିଲା। ଯାହାର ଦିୱାନା ଲକ୍ଷ ଲକ୍ଷ ଫ୍ୟାନ୍ସ। ତେବେ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ କାହାକୁ ଅଛପା ନାହିଁ। ତଥାପି ଦୁହେଁ ନିଜ ସଂପର୍କଙ୍କୁ କେବେବି ଲୋକ ଲୋଚନକୁ ଆଣି ନାହାନ୍ତି। ଦୁହିଁଙ୍କର ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍। ସେମାନଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ସ୍ନେହରେ ‘ପ୍ରିୟଙ୍କିତ୍’ ବୋଲି କୁହାଯାଉଥିବା ଅଙ୍କିତ ଏବଂ ପ୍ରିୟଙ୍କାଙ୍କୁ ବିବାହ ବନ୍ଧନରେ ଦେଖିବାକୁ ଚାହାନ୍ତି ପ୍ରଶଂସକ। ଶେଷରେ ସେମାନଙ୍କର ସ୍ୱପ୍ନ ପୁରଣ ହୋଇଛି।
ଦୁହେଁ ବିବାହ କରିଥିବା ଦେଖିବାକୁ ମିଳିଛି। ଦୁହିଁଙ୍କୁ ଦେଖି ପୂରା ଖୁସ୍ ଅଛନ୍ତି ଫ୍ୟାନ୍ସ। ତେବେ ଆପଣଙ୍କୁ ଏଠି କହି ରଖୁଛୁ ଯେ, ଅଙ୍କିତ ଗୁପ୍ତା ଏବଂ ପ୍ରିୟଙ୍କା ଚହର ପ୍ରକୃତରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ନାହାନ୍ତି। ସେମାନଙ୍କର ଏକ ମ୍ୟୁଜିକ୍ ଭିଡିଓ ଆସିଛି। ଯେଉଁଥିରେ ଦୁହିଁଙ୍କୁ ବିବାହ କରୁଥିବା ଦେଖିବାକୁ ମିଳିଛି। ରିଲ୍ ଲାଇଫରେ ନ ହେଲା ନାହିଁ ରିଅଲ୍ ଲାଇଫରେ ଫ୍ୟାନ୍ସ ସେମାନଙ୍କୁ ବିବାହ କରୁଥିବାର ଦେଖି ଭାରି ଖୁସ୍। ନିକଟରେ ରିଲିଜ ହୋଇଥିବା ତାଙ୍କର ମ୍ୟୁଜିକ୍ ଭିଡିଓ ‘କୁଛ୍ ଇତନେ ହସିନ୍’ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି। କିଛି ପ୍ରଶଂସକ ସେମାନଙ୍କୁ ଏମିତି ଏକାଠି ଦେଖି ଲୋକମାନେ ଖୁସି ନାହାନ୍ତି। ସେମାନଙ୍କ ରିଅଲ୍ ବିବାହ ଦେଖିବାକୁ ଚାହାନ୍ତି।
ଯେତେବେଳେ ଅଙ୍କିତ ଏବଂ ପ୍ରିୟଙ୍କା ଏକାଠି ‘ଉଡ଼ାରିଆଁ’ ରେ ଅଭିନୟ କରିଥିଲେ, ସେତେବେଳେ ଉଭୟ ପରସ୍ପରକୁ ଡେଟ୍ କରୁଥିବା ଖବର ଶୁଣିବାକୁ ମିଳିଥିଲା। ଏହି କାରଣରୁ, ଅଙ୍କିତ ଏବଂ ପ୍ରିୟଙ୍କା ‘ବିଗ୍ ବସ୍ 16’ ଏଣ୍ଟ୍ରି ନେଇଥିଲେ। ‘ବିଗ୍ ବସ୍’ ଘରେ ପ୍ରିୟଙ୍କା ଏବଂ ଅଙ୍କିତ ପରସ୍ପରକୁ ଖୁବ୍ ସମର୍ଥନ କରିଥିଲେ। ସେମାନଙ୍କ ଭିତରେ ଥିବା ସଂପର୍କ ପ୍ରେମକୁ ସୂଚାଉଥିଲା। କିନ୍ତୁ ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି କୁହନ୍ତି।