ଭାରତ ଫେରିଲେ ଅଞ୍ଜୁ, ୫ ମାସ ପରେ ମନେ ପଡ଼ିଲା ପିଲାଙ୍କ କଥା !

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ପାଞ୍ଚ ମାସ ପରେ ଭାରତ ଫେରିଲେ ଅଞ୍ଜୁ । ରାଜସ୍ଥାନ ଭିଓ୍ବାଣ୍ଡିର ଅଞ୍ଜୁ ପ୍ରାୟ ୫ ମାସ ପରେ ପାକିସ୍ତାନରୁ ଭାରତ ଫେରିଛନ୍ତି। ଅଞ୍ଜୁଙ୍କ ସ୍ବାମୀ ନସରୁଲ୍ଲା ତାଙ୍କୁ ଓ୍ବାଘା ବର୍ଡରକୁ ଛାଡ଼ିବାକୁ ମଧ୍ୟ ଆସିଥିଲେ। ନସରୁଲ୍ଲା କହିଛନ୍ତି ଅଞ୍ଜୁ ନିଜ ପିଲାଙ୍କୁ ଦେଖାକରିବା ପାଇଁ ଭାରତ ଯାଉଛନ୍ତି। ନସରୁଲ୍ଲା ଆହୁରି ମଧ୍ୟ କହିଛନ୍ତି ଯେ, ପିଲାଙ୍କୁ ଦେଖାକରିବା ପରେ ଅଞ୍ଜୁ ପୁଣି ପାକିସ୍ତାନ ଫେରିବେ।

ହେଲେ କୁହାଯାଉଛି ଯେ, ଅଞ୍ଜୁଙ୍କୁ ଦେଶର ବିଭିନ୍ନ ଯାଞ୍ଚ ଏଜେନ୍ସୀମାନେ ପଚରାଉଚରା କରିପାରନ୍ତି। ସୂଚନାଥାଉକି, ଚଳିତ ବର୍ଷ ଜୁଲାଇରେ ଅଞ୍ଜୁ ପାକିସ୍ତାନ ଚାଲିଯାଇଥିଲେ ଏବଂ ସେଠାରେ ସେ ଇସଲାମ ଧର୍ମ ଆପଣାଇବା ସହ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ଏହାପରେ ସେ ତାଙ୍କର ନାଁ ମଧ୍ୟ ପରିବର୍ତ୍ତନ କରି ଫାତିମା ରଖିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ୍‌ରୁ ଭାରତ ଫେରିବେ ଅଞ୍ଜୁ, ନସରୁଲ୍ଲା କହିଲେ-ମାନସିକ ସ୍ଥିତି ଠିକ୍‌ ନାହିଁ

ଏହା ମଧ୍ୟ କୁହାଯାଉଛି ଯେ, ଭାରତରେ ଥିବା ଅଞ୍ଜୁଙ୍କ ପ୍ରଥମ ସ୍ବାମୀ ଅରବିନ୍ଦଙ୍କ ସହ ବିବାଦ ହୋଇପାରେ। ପୂର୍ବରୁ ବିବାଦ ସମୟରେ ଅରବିନ୍ଦ ପୋଲିସ ସହାୟତା କଥା ମଧ୍ୟ କହିଥିଲେ। ଉଲ୍ଲେଖଯୋଗ୍ୟ, ନସରୁଲ୍ଲାଙ୍କ ସହ ବିବାହ ପୂର୍ବରୁ ଅଞ୍ଜୁଙ୍କର ଭାରତରେ ଦୁଇ ସନ୍ତାନ ଥିଲେ। ବର୍ତ୍ତମାନେ ସେମାନେ ଅରବିନ୍ଦଙ୍କ ସହ ଭାରତରେ ହିଁ ଅଛନ୍ତି। ଅରବିନ୍ଦ କହିଥିଲେ ଯେ, ସେ ପିଲାଙ୍କୁ ଅଞ୍ଜୁଙ୍କ ସହ ଭେଟ କରିବାକୁ ଦେବେନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.