ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜଙ୍କ ଚାଞ୍ଚଲ୍ୟକର ଖୁଲାସା, ଗୋଟିଏ କିଡନୀରେ ହାସଲ କରିଛନ୍ତି ସଫଳତା

Published By : Prameya-News7 Bureau | December 08, 2020 IST

କୋଚି ୮।୧୨: ଭାରତୀୟ ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ କିଡନୀ ସାହାରାରେ ଶୀର୍ଷ ସ୍ଥାନରେ ସଫଳତା ହାସଲ କରିଛନ୍ତି । ଆଇଏଏଏଫ ବିଶ୍ବ ଆଥଲେଟିକ୍ସ ଫାଇନାଲସ (ମୋନାକୋ ୨୦୦୫)ର ଗୋଲ୍ଡ ମେଡାଲିଷ୍ଟ ଲଙ୍ଗ୍ ଜମ୍ପ୍ ର ଏହି ଷ୍ଟାର ଆଥଲେଟ୍ସ କହିଥିଲେ ଯେ, ପେନ୍ କିଲର ଔଷଧକୁ ମଧ୍ୟ ତାଙ୍କୁ ଆଲର୍ଜି ଥିଲା । ଏପରି ସବୁ ବାଧାବିଘ୍ନ ସତ୍ତ୍ବେ ସେ ଏହି ସଫଳତା ପାଇଛନ୍ତି ।

{"id":374415,"sizeSlug":"large"}

ଅଞ୍ଜୁ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘ମାନନ୍ତୁ କି ମାନନ୍ତୁ ମୁଁ ସେହି ଭାଗ୍ୟଶାଳୀ ଲୋକଙ୍କ ମଧ୍ୟରେ ସାମିଲ ଅଛି ଯେଉଁମାନେ ଗୋଟିଏ କିଡନୀ ସହାୟତାରେ ବିଶ୍ବର ଶୀର୍ଷ ସ୍ତରରେ ପହଞ୍ଚିଛନ୍ତି । ଏପରିକି ମୋତେ ପେନ୍ କିଲରରୁ ଆଲର୍ଜି ଥିଲା । ଦୌଡ ଆରମ୍ଭରୁ ମୋର ଆଗରେ ରହୁଥିବା ପାଦ ଠିକ୍ ସେ କାମ କରୁନଥିଲା । କେତେକ ସୀମା ଥିଲା କିନ୍ତୁ ମୁଁ ସଫଳତା ପାଇଲି । କଣ ଆମେ ଏହାକୁ କୋଚଙ୍କ ଯାଦୁ ଅଥବା ତାଙ୍କ ପ୍ରତିଭା କହିପାରିବା ।’

wp:html /wp:html

ଅଞ୍ଜୁ ତାଙ୍କ ସ୍ବାମୀ ରବର୍ଟ ଜର୍ଜଙ୍କଠାରୁ କୋଚିଂ ନେବା ପରେ ତାଙ୍କ କ୍ୟାରିୟର ଶୀର୍ଷରେ ପହଞ୍ଚିଥିଲା । ଅଞ୍ଜୁ କହିଥିଲେ ଯେ, ସେ ଏହି ମହାମାରୀ ସମୟରେ ବର୍ତ୍ତମାନ ପୀଢିର ଖେଳାଳିଙ୍କୁ ପ୍ରଭାବିତ କରିବାକୁ ଏହି ସୂଚନା ଦେଇଛନ୍ତି ।

{"id":374416,"sizeSlug":"large"}

ମହାମାରୀ କାରଣରୁ ଖେଳାଳିମାନେ ଅଭ୍ୟାସ କରିପାରୁନାହାନ୍ତି  କି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇପାରୁନାହିଁ । ସେ କହିଥିଲେ ଯେ, ଲୋକମାନେ ଭାବନ୍ତି ଯେ, ମୋ ଶରୀର ସୁଗଠିତ । ମାତ୍ର ସତ କଥା ଯେ ମୁଁ ଅନେକ ସମସ୍ୟା ପାର କରି ସଫଳତା ହାସଲ କରିଛି । ମୁଁ ଆଶା କରୁଛି ଯେ, ମୋ ଅନୁଭବ ସେୟାର କରିବା ପରେ ଆଗାମୀ ପୀଢିର ଖେଳାଳିଙ୍କୁ ପ୍ରଭାବିତ କରିବାରେ ସହାୟକ ହେବ ।

{"id":374417,"sizeSlug":"large"}

ଅଞ୍ଜୁ କହିଛନ୍ତି ଯେ, ପ୍ୟାରିସ୍ ରେ ୨୦୦୩ ବିଶ୍ବ ଆଥେଲେଟିକ୍ସ ଚମ୍ପିଆନସିପ୍ ର ମାତ୍ର ୨୦ ଦିନ ପୂର୍ବରୁ ଜର୍ମାନୀ ଚିକିତ୍ସକ ତାଙ୍କୁ ୬ ମାସ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ମୁଁ ସବୁ ବାଧାବିଘ୍ନ ପାର କରି ପଦକ ଜିତିଥିଲି । ଅନ୍ତରାଷ୍ଟ୍ରୀୟ ଚମ୍ପିଆନସିପ୍ ଆରମ୍ଭ ହେବା ପୂର୍ବରୁ କିଛି ସ୍ବାସ୍ଥ୍ୟ ସମସ୍ୟା କାରଣରୁ ୨୦୦୧ରେ ବେଙ୍ଗାଲୁରୁରେ କରାଯାଇଥିବା ପରୀକ୍ଷାରୁ ଜଣାପଡିଥିଲା ଯେ, ତାଙ୍କର ଗୋଟିଏ ମାତ୍ର କିଡନୀ ଅଛି । ସେ କହିଛନ୍ତି ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ସ୍ବାମୀ ବବି ମୋତେ କ୍ୟାରିୟର ଜାରି ରଖିବା ଏବଂ ସଫଳତା ହାସଲ କରିବା ପାଇଁ ପ୍ରେରିତ କରିଥିଲେ ବୋଲି ସେ କହିଛନ୍ତି । ସେ ଏପରି କହିଥିଲେ ଯେ, ଯଦି ତାଙ୍କୁ କିଛି ସମସ୍ୟା ହୁଏ ତେବେ ସେ ତାଙ୍କର ଏକ କିଡନୀ ଦେଇଦେବେ । ସେ କହିଛନ୍ତି ଯେ, ନିଜ ସ୍ବାସ୍ଥ୍ୟକୁ ନେଇ ଉପୁଜିଥିବା ପରିସ୍ଥିତିର ସାମ୍ନା କରିବାକୁ ସେ ଏବେ ପର୍ଯ୍ୟାପ୍ତ ପରିପକ୍ବ ହୋଇଯାଇଛନ୍ତି । ସେ କହିଛନ୍ତି ଯେ, ଯଦି ମୁଁ ସେହି ସମୟରେ ମୋ ସ୍ବାସ୍ଥ୍ୟ ସଂପର୍କରେ କହିଦେଇଥାନ୍ତି ତେବେ ସ୍ଥିତି କିଛି ଭିନ୍ନ ହୋଇଥାନ୍ତା ।

{"id":374418,"sizeSlug":"large"}

ଭାରତୀୟ ଆଥଲେଟିକ୍ସ ଫେଡେରେସନ୍ (ଏଏଫଆଇ) କହିଛି ଯେ ଆଇଏଏଏଫ ବିଶ୍ବ ଚାମ୍ପିଅନସିପ୍ (ପ୍ୟାରିସ୍ ୨୦୦୩) ରେ ଭାରତର ଏକମାତ୍ର ପଦକ ବିଜେତା, ଆଇଏଏଏଫ ବିଶ୍ବ ଆଥଲେଟିକ୍ସ ଫାଇନାଲ୍ (ମୋନାକୋ ୨୦୦୫) ର ସ୍ବର୍ଣ୍ଣ ପଦକ ବିଜେତା ଏବଂ ନିଜର ଶ୍ରେଷ୍ଠ କ୍ୟାରିଅର୍ ସମୟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଥିବା ଅଞ୍ଜୁ ଦେଶର ପ୍ରେରଣାଦାୟୀ ଟ୍ରାକ୍ ଏବଂ ଫିଲ୍ଡ ଷ୍ଟାର । ସେ ଅଲିମ୍ପିକ୍ ଗେମ୍ସ ୨୦୦୪ରେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ଏହାପରେ ସେ ୬.୮୩ ମିଟର ଜମ୍ପ୍ କରିଥିଲେ । ଆମେରିକାର ମରିୟନ୍ ଜୋନ୍ସଙ୍କୁ ଡୋପିଂ ଅଭିଯୋଗ ଯୋଗୁଁ ଅଯୋଗ୍ୟ ଘୋଷିତ ହେବା ପରେ ଅଞ୍ଜୁ ୨୦୦୭ରେ ପଞ୍ଚମ ସ୍ଥାନରେ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.