ରାଧିକାଙ୍କ ସୁନ୍ଦରୀ ଭଉଣୀ; ଦେଖିବାକୁ ଯେତିକି ସୁନ୍ଦର, ଟ୍ୟାଲେଣ୍ଟ ବି ସେମିତି

Published By : Prameya-News7 Bureau | July 15, 2024 IST

ନୂଆଦିଲ୍ଲୀ ୧୫।୦୭: ରାଧିକା ମର୍ଚ୍ଚାଣ୍ଟ । ଅମ୍ବାନୀ ପରିବାରର ସାନ ବୋହୂ । ସାରା ବିଶ୍ବରେ ଏହି ଗ୍ରାଣ୍ଡ ଓ୍ବେଡିଂକୁ ନେଇ ଚର୍ଚ୍ଚା । ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ରାଧିକା । ରାଧିକାଙ୍କ ସହ ତାଙ୍କ ପରିବାର ମଧ୍ୟ ଆସିଛନ୍ତି ଖୁବ୍‌ ଲାଇମ୍‌ଲାଇଟକୁ । ମ୍ୟାରେଜ ଫଙ୍କସନରେ ନଜର ଆସୁଛନ୍ତି ରାଧିକାଙ୍କ ପୁରା ପରିବାର । ଖାସ୍‌ କରି ଖୁବ୍‌ ଲାଇମ୍‌ଲାଇଟ୍‌କୁ ଆସିଛନ୍ତି ରାଧିକାଙ୍କ ଭଉଣୀ । ତଥା ଅଞ୍ଜଳୀ ମର୍ଚ୍ଚାଣ୍ଟ । ତେବେ କଣ କରନ୍ତି ଅଞ୍ଜଳୀ ? କେତେ ସମ୍ପତ୍ତିର ଅଟନ୍ତି ମାଲିକାଣୀ ?  ଆସନ୍ତୁ ଜାଣିବା… 

ରାଧିକା ମର୍ଚ୍ଚାଣ୍ଟଙ୍କ ବଡ଼ ଭଉଣୀ ଅଞ୍ଜଲି ମର୍ଚ୍ଚାଣ୍ଟ ସୁନ୍ଦରତାରେ ବଡ ବଡ  ଅଭିନେତ୍ରୀଙ୍କୁ ଦିଅନ୍ତି ଟକ୍କର । ଅଞ୍ଜଳି ୧୯୮୯ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଗୁଜୁରାଟର କଚ୍ ସ୍ଥିତ କ୍ୟାଥେଡ୍ରାଲ୍ ଏବଂ ଜନ୍ କନନ୍ ସ୍କୁଲରୁ ପାଠପଢା ଶେଷ କରିଥିଲେ । ଏହାପରେ ସେ ଇକୋଲ୍ ମୋଣ୍ଡିଆଲ୍ ୱାର୍ଲ୍ଡ ସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଲଣ୍ଡନ ସ୍କୁଲ ଅଫ୍ ବିଜିନେସରୁ ଏମବିଏ କରିଥିଲେ । ଅଞ୍ଜଳୀ  ରାଧିକାଙ୍କଠାରୁ ୬ ବର୍ଷ ବଡ। 

ଅଞ୍ଜଳି ନିଜ କ୍ୟାରିୟର ଆରମ୍ଭ ୨୦୦୬ରେ କରିଥିଲେ । ଏକ ବିଜ୍ଞାପନ ଇଣ୍ଟର୍ନସିପ୍ ସହିତ ଆରମ୍ଭ କରିଥିଲେ କ୍ୟାରିଅର୍ ।  ଏହାପରେ ସେ ୨୦୧୨ ମସିହାରେ  ପିତା ବିରେନ୍ ମର୍ଚାଣ୍ଟଙ୍କ ବ୍ୟବସାୟରେ ଏଣ୍ଟ୍ରି କରିବାକୁ ନେଇଥିଲେ ନିଷ୍ପତ୍ତି । ୨୦୧୮ରେ ଅଞ୍ଜଲି ହେୟାର ଷ୍ଟାଇଲିଂ କମ୍ପାନୀ Dryfixର ସହ-ପ୍ରତିଷ୍ଠାତା ହୋଇଥିଲେ । ଏହି କମ୍ପାନୀ ଅନେକ ବଲିଉଡ ତାରକାଙ୍କୁ ହେୟାର ଷ୍ଟାଇଲିଂର ସର୍ଭିସ୍‌ ଦେଇଥାଏ ।

ସେ ୨୦୨୦ ମସିହାରେ କୋଟିପତି ବ୍ୟବସାୟୀ ଅମନ ମାଜିଠିଆଙ୍କୁ ବିବାହ କରିଛନ୍ତି । ଅମନ ହେଉଛନ୍ତି ଜଣେ ଜଣାଶୁଣା ବିଜନେସ୍‌ମ୍ୟାନ୍‌ । ସେ 'ଭଟଲୀ'ର ପ୍ରତିଷ୍ଠାତା ଅଟନ୍ତି । ଅଞ୍ଜଳୀଙ୍କର ଏକ ପୁଅ ମଧ୍ୟ ରହିଛି । ବିବାହ ପରେ ୨୦୨୧ରେ ଅଞ୍ଜଳୀ ତାଙ୍କ ପିତାଙ୍କ କମ୍ପାନୀ ଏନକୋର ହେଲଥ କେୟାର ଏବଂ ମାଇଲନ୍ ମେଟାଲ୍ସର ନିର୍ଦ୍ଦେଶକ ଭାବରେ ଦାୟିତ୍ବ ନେଇଛନ୍ତି । ଅଞ୍ଜଳୀ ମର୍ଚ୍ଚାଣ୍ଟଙ୍କ ମୋଟ୍‌ ସମ୍ପତ୍ତି ବିଷୟରେ ସଠିକ୍‌ ଭାବେ ଜଣାପଡିନି । କିନ୍ତୁ ବିରେନ୍ ମର୍ଚ୍ଚାଣ୍ଟଙ୍କ ମୋଟ୍‌ ସମ୍ପତ୍ତି ୨ ହଜାର କୋଟି । ଏଥିରୁ ତାଙ୍କର ମିଳୁଥିବା ସମ୍ପତ୍ତି ହେଉଛି ୭୫୫କୋଟି । ଅଞ୍ଜଳୀ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଟ୍ୟାଲେଣ୍ଟେଡ୍‌ ମଧ୍ୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.