RSSକୁ ନେଇ ବଡ଼ ବୟାନ ଦେଲେ ସୁଭାଷଚନ୍ଦ୍ର ବୋଷଙ୍କ ଝିଅ, କହିଲେ ନେତାଜୀ ଥିଲେ ସଂଘର ସମାଲୋଚକ

Published By : Prameya-News7 Bureau | January 19, 2023 IST

କୋଲକାତା ୧୯।୧: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ଜାନୁୟାରୀ ୨୩ ତାରିଖ ଦିନ କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଲାଗି ପ୍ରସ୍ତୁତି କରୁଛି । ଏଥିରେ ନେତାଜୀଙ୍କ ଝିଅ ଅନୀତା ବୋଷ ଫାଫ୍ ଏହି ପୁରା କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ଓ ବଡ଼ ବୟାନ ଦେଇଛନ୍ତି। ଅନୀତା ବୋଷ ଫାଫ୍ କହିଛନ୍ତି ଯେ ନେତାଜୀ ଜୀବନ ବ୍ୟାପୀ ଆରଏସଏସ୍ ବିଚାରଧାରର ସମାଲୋଚକ ଥିଲେ। ସେ କହିଛନ୍ତି ଯେ ମୋ ପିତା ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ ଜିଏ ହିନ୍ଦୁ ହୋଇ ମଧ୍ୟ ସବୁ ଧର୍ମର ସମ୍ମାନ କରୁଥିଲେ ଓ ସମସ୍ତଙ୍କ ସାଙ୍ଗରେ ସହବସ୍ଥାନ କରିପାରୁଥିଲେ। ତେବେ ଆରଏସଏସ୍‌ ଏହା ଉପରେ ଭରସା କରୁଛି ତାହା ଭାବନ୍ତୁନି ବୋଲି ସେ କହିଛନ୍ତି।

wp:quote

-ନେତାଜୀ ଜୀବନ ବ୍ୟାପୀ ଆରଏସଏସ୍ ବିଚାରଧାରର ସମାଲୋଚକ ଥିଲେ

-ମୋ ପିତା ହିନ୍ଦୁ ହୋଇ ମଧ୍ୟ ସବୁ ଧର୍ମର ସମ୍ମାନ କରୁଥିଲେ ଓ ସମସ୍ତଙ୍କ ସାଙ୍ଗରେ ସହବସ୍ଥାନ କରିପାରୁଥିଲେ

-ଆରଏସଏସ୍‌ ଏହା ଉପରେ ଭରସା କରୁଛି ତାହା ଭାବନ୍ତୁନି

/wp:quote

ସେ କହିଛନ୍ତି ଯେ ଯଦି ଆରଏସଏସ୍ ନେତାଜୀଙ୍କ ବିଚାରଧାରାକୁ ଗ୍ରହଣ କରିବା ଆରମ୍ଭ କରିଦେଇଛି ତେବେ ଦେଶ ଲାଗି ଏହା ଏକ ଶୁଭ ଖବର ନିଶ୍ଚିତ। ନେତାଜୀ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରୁଥିଲେ, ତେବେ ମୋତେ ଲାଗୁନି ଆରଏସଏସ୍ ଏହି ବିଚାରଧାର ଉପରେ ଭରସା କରେ ବୋଲି ସେ କହିଛନ୍ତି। ଅନୀତା ବୋଷ ଫାଫ୍ କହିଛନ୍ତି ଯେ ଯଦି ଆରଏସ୍ଏସ୍ ହିନ୍ଦୁ ଜାତୀୟତାବାଦୀ ବିଚାରକୁ ପ୍ରଚାରିତ କରିବାକୁ ଚାହୁଁଛି ତେବେ ଏହା ନେତାଜୀଙ୍କ ବିଚାରଧାରା ସହ ମେଳ ହେବ ନାହିଁ। ଯଦି ଏଥିଲାଗି ନେତାଜୀଙ୍କୁ ବ୍ୟବହାର କରାଯାଉଛି ତେବେ ମୁଁ ଏହାର ପ୍ରଶଂସା କରିପାରିବନି ବୋଲି ସଫାସଫା କହିଛନ୍ତି।

wp:quote

-ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଜାନୁୟାରୀ ୨୩ ତାରିଖ ଦିନ କୋଲକାତାରେ ମେଗା ରାଲିର ଆୟୋଜନ କରିବାକୁ ଯାଉଛନ୍ତି

-ଏଥିଲାଗି ମୋହନ ଭାଗବତ ୫ ଦିବସୀୟ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି

-୨୩ ଜାନୁୟାରୀ ନେତାଜୀ ଜୟନ୍ତୀକୁ ଭାଗବତ ‘ନେତାଜୀ ପ୍ରଣାମ’ ଭାବେ ପାଳନ କରିବେ

-ସୁଭାଷ ବୋଷ ଓ ଡା.ହେଡଗେଭାର କଂଗ୍ରେସ ଦିନରୁ ଜଣେ ଜଣକର ସମ୍ପର୍କରେ ଥିଲେ

/wp:quote

ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ( ଆରଏସଏସ୍) ମୁଖ୍ୟ ମୋହନ ଭାଗବତ ଜାନୁୟାରୀ ୨୩ ତାରିଖ ଦିନ କୋଲକାତାରେ ମେଗା ରାଲିର ଆୟୋଜନ କରିବାକୁ ଯାଉଛନ୍ତି। ଏହି ସମୟରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏଥିଲାଗି ମୋହନ ଭାଗବତ ୫ ଦିବସୀୟ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ଓ ଏହି ସମୟରେ ସେ ବିଭିନ୍ନ ଗଣମାନ୍ୟ ବ୍ୟକ୍ତିଙ୍କୁ ଭେଟିବେ।

୨୩ ଜାନୁୟାରୀ ନେତାଜୀ ଜୟନ୍ତୀକୁ ଭାଗବତ ‘ନେତାଜୀ ପ୍ରଣାମ’ ଭାବେ ପାଳନ କରିବେ। ତେବେ ଆରଏସଏସ୍‌ର ପୂର୍ବତନ କ୍ଷେତ୍ର ସଞ୍ଚାଳକ ଅଜୟ ନନ୍ଦି କହିଛନ୍ତି ଯେ ଆରଏସଏସ୍ ସବୁ ବେଳେ ଦେଶର ମହାନ ନେତାଙ୍କ ଜନ୍ମଦିନ ପାଳନ କରିଆସିଛି। ସୁଭାଷ ବୋଷ ଓ ଆରଏସଏସ୍ ସଂସ୍ଥାପକ ଡା.ହେଡଗେଭାର କଂଗ୍ରେସ ଦିନରୁ ଜଣେ ଜଣକର ସମ୍ପର୍କରେ ଥିଲେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.