scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Animal Review : ‘ଆନିମଲ୍‌’ରେ ରଣବୀର-ବବିଙ୍କ ଅଭିନୟ ଦେଖି ଇମ୍ପ୍ରେସ୍‌ ହେଲେ ଦର୍ଶକ, କହିଲେ-ମାଷ୍ଟରପିସ୍‌…

1/12/2023 at 2:36 PM

ବଲିଉଡ ଅଭିନେତା ରଣବୀର କପୁର। ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଶଂସକଙ୍କ ମଧ୍ୟରେ ବି ଟାଉନ୍ ସେଲିବ୍ରେଟି ମଧ୍ୟରେ ଫିଲ୍ମ ବିଷୟରେ ଏକ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି । ଗତକାଲି ରାତିରେ ଆନିମଲର ସ୍କ୍ରିନିଂ ହୋଇଥିଲା । ଯେଉଁଠାରେ ସମସ୍ତ ସେଲିବ୍ରେଟି ଉପସ୍ଥିତ ହୋଇଥିଲେ । ବର୍ତ୍ତମାନ ରଣବୀରଙ୍କ ଫିଲ୍ମ ଦେଖିବା ପରେ ସେଲିବ୍ରେଟମାନଙ୍କ ଠାରୁ ଦର୍ଶକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ରଣବୀରଙ୍କ ବ୍ୟତୀତ ଏହି ଫିଲ୍ମରେ ବବି ଦେଓଲଙ୍କ ଅଭିନୟ ସମସ୍ତଙ୍କୁ ଚକିତ କରିଛି।

ସନ୍ନି ଦେଓଲ ତାଙ୍କ ଭାଇ ବବି ଦେଓଲଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେ ବବିଙ୍କ ସହ କିଛି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି – ତୁମେ ଦୁନିଆକୁ ଥରାଇ ଦେଇଛ।

ଏହା ବ୍ୟତୀତ ସନ୍ନି ଦେଓଲଙ୍କ ପୁଅ ଅର୍ଥାତ୍ ବବି ଦେଓଲଙ୍କ ପୁତୁରା କରଣ ଦେଓଲଙ୍କୁ ପ୍ରଶଂସା କରିଛନ୍ତି। କରଣ ତାଙ୍କ ଇନଷ୍ଟା ଷ୍ଟୋରୀରେ ବବିଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ- “ତୁମେ ସୁନ୍ଦର ପ୍ରଦର୍ଶନ କରିଛ ବବି ଚାଚା … ଆଇ ଲଭ ୟୁ…

ବର୍ତ୍ତମାନ ଏହି ଚଳଚ୍ଚିତ୍ର ହଲ୍‌ରେ ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ପ୍ରଥମ ଦିନରେ ‘ଆନିମଲ’ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିଲା । ଏହା ସହିତ ପ୍ରଥମ ଦିନର ପ୍ରଥମ ସୋ ଦେଖୁଥିବା ଲୋକମାନେ ମଧ୍ୟ ଫିଲ୍ମର ସମୀକ୍ଷା ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରିଛନ୍ତି ।

ଫିଲ୍ମ ରିଲିଜ୍ ହେବା ମାତ୍ରେ ପ୍ରେକ୍ଷାଳୟ ଗୁଡ଼ିକ ହାଉସ ଫୁଲ ହୋଇଥିଲା। ଫିଲ୍ମର ପ୍ରଥମ ସୋ ଦେଖୁଥିବା ଲୋକମାନେ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ରିଭ୍ୟୁ ମଧ୍ୟ ସେୟାର କରିଛନ୍ତି।  ଲୋକମାନେ ଏହି ଫିଲ୍ମକୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ଏହାକୁ ଏକ ବ୍ଲକବଷ୍ଟର ବୋଲି କହୁଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି, “ଏହି ମାଷ୍ଟରପିସ୍ ଦେଖିବାକୁ ଭୁଲନ୍ତୁ ନାହିଁ।” ଅନ୍ୟ ଜଣେ ଫିଲ୍ମରୁ ଏକ ଫାଇଟ୍‌ ଦୃଶ୍ୟର ସ୍କ୍ରିନସଟ୍ ପୋଷ୍ଟ କରିଥିବାବେଳେ ସେ ଲେଖିଛନ୍ତି ଯେ ଏହି ଫାଇଟ୍‌ ସିନ୍‌ ଧମାଲ ସୃଷ୍ଟି କରିଛି।  ବବି ଦେଓଲଙ୍କ ସିନ୍‌ ଚତ୍ମକାର…

   Related Posts