ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ କ୍ୟାମେରାରେ କଏଦ ହୋଇଥିବା ପ୍ରାଣୀ ବାଘ ନା ବିଲେଇ? ସ୍ପଷ୍ଟ କଲା ଦିଲ୍ଲୀ ପୁଲିସ

Published By : Prameya-News7 Bureau | June 10, 2024 IST

indiatoday

ନୂଆଦିଲ୍ଲୀ: ରବିବାର ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ କଲରାପତରିଆ ବାଘ ଭଳି ଏକ ଛାୟା ଅତିକ୍ରମ କରିବାରୁ ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଶପଥଗ୍ରହଣ ଉତ୍ସବରେ ବାଘ ପଇଁତରା ମାରୁଛି ବୋଲି କହି ଲୋକେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ। 

ଭିଡିଓ ଭାଇରାଲ୍ ହେବା ପରେ ଦିଲ୍ଲୀ ପୁଲିସକୁ ଏନେଇ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏହା କୌଣସି ଜଙ୍ଗଲି ଜୀବନ ନଥିଲା ବରଂ ଏକ ବିଲେଇ ଥିଲା ବୋଲି ଦିଲ୍ଲୀ ପୁଲିସ କହିଛି। 

ରବିବାର ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ସହିତ ୭୧ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ଏହି ସମୟରେ ଏକ ବିଲେଇ କରିଡର ଦେଇ ଅତିକ୍ରମ କରିଥିଲା। ଯାହା ଦୂରରକୁ ଏକ କଲରାପତରିଆ ବାଘର ଭ୍ରମ ସୃଷ୍ଟି କରିଥିଲା। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ନାନା ଆଲୋଚନା ଦେଖିବାକୁ ମିଳିଥିଲା।

ଲୋକଙ୍କ ଆଶଙ୍କା ଦୂର କରିବା ପାଇଁ ଶେଷରେ ଦିଲ୍ଲୀ ପୁଲିସକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ପୁଲି କହିଛି “ଏହା ସତ ନୁହେଁ। ଯେଉଁ ପ୍ରାଣୀ ଟି କ୍ୟାମେରାରେ କଏଦ ହୋଇଛି ତାହା ଏକ ଗୃହପାଳିତ ବିଲେଇ। ଦୟାକରି ଏଭଳି ଗୁଜବଗୁଡ଼ିକ ଉପରେ ଗୁରୁତ୍ୱ ଦିଅନ୍ତୁ ନାହିଁ।”   

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.