scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋଲଜର ଷ୍ଟାରଙ୍କ ଭୁରି ଭୁରି ପ୍ରଶଂସା କଲେ ମିଷ୍ଟର ଇଣ୍ଡିଆ, କହିଲେ ସତରେ ତୁମେ ସୁପରଷ୍ଟାର…

28/11/2023 at 12:28 PM

ମୁମ୍ୱାଇ ୨୮/୧୧: ରିଲିଜ ଅପେକ୍ଷାରେ ଫିଲ୍ମ ଆନିମଲ୍ । ଫିଲ୍ମରେ ଲିଡରେ ନଜର ଆସିଛନ୍ତି ଅଭିନେତା ରଣବୀର କପୁର ଓ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା । ତେବେ ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ ବବି ଦେଓଲ, ଅନୀଲ କପୁରଙ୍କ ସହ ଅନେକ କଳାକାର । ଖାସ୍ କରି ଏହି ଫିଲ୍ମରେ ବବିଙ୍କ ଭୂମିକାକୁ ନେଇ ଅନେକ ସସ୍‌ପେନ୍ସ ନଜର ଆସିଛି । ଫିଲ୍ମକୁ ନେଇ ଫ୍ୟାନ୍ସ ବି ଉତ୍ସାହୀତ ଅଛନ୍ତି ।

ଜୋରଦାର ପ୍ରମୋସନ କରିବାରେ ବ୍ୟସ୍ତ ପୂରା ଟିମ୍ । ନିକଟରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ଫିଲ୍ମର ପ୍ରି ରିଲିଜ ଇଭେଣ୍ଟ । ଯେଉଁଥିରେ ନଜର ଆସିଥିଲେ ସାଉଥ ସେଲିବ୍ରିଟି । ମହେଶ ବାବୁ, ରାଜାମୌଲୀ ବି ନଜର ଆସିଥିଲେ । ଇଭେଣ୍ଟରେ ଅନିଲ୍ କପୁର ବି ଉପସ୍ଥିତ ଥିଲେ । ଏତିକିବେଳେ ଅନିଲ୍ କହିଥିଲେ ଆନିମଲ୍ ମୁଭି ବଦଳାଇଦେବ କ୍ୟାରିୟର ।

ଅନିଲ୍ ଆହୁରି କହିଥିଲେ ଏହି ଚଳଚ୍ଚିତ୍ର ବବିଙ୍କ କ୍ୟାରିୟର ବି ବଦଳାଇଦେବ । ମୁଏ କେବେ ମିଛ କୁହେନି, ମୁଁ କହିର ରଖୁଛି ଏହି ଫିଲ୍ମ ତମ ଭାଗ୍ୟ ବଦଳାଇଦେବ । ଆଉ ଅନିଲଙ୍କ ଏହି କମେଣ୍ଟ ବବିଙ୍କ ହୃଦୟଙ୍କୁ ଯାଇଥିଲା ଛୁଇଁ । ବବି ଏହା ଶୁଣିବା ପରେ ସିନିୟର ଆକ୍ଟରଙ୍କୁ ଆଲିଙ୍ଗନ କରିବା ସହ ସଂଗେ ସଂଗେ କୃତଜ୍ଞତା ଜଣାଇଥିଲେ ।

ଅନିଲ୍ ଓ ବବିଙ୍କ ବଣ୍ଡିଂ ଦେଖି ସେଠାରେ ଥିବା ଅଡିୟନ୍ସ ଚିୟର ଅପ୍ କରିଥିଲେ । କହିବାକୁ ଗଲେ ଫିଲ୍ମରେ ବବିଙ୍କୁ ଦେଖିବାକୁ ମିଳିବ ନେଗେଟିଭ୍ ଚରିତ୍ରରେ । ଟ୍ରେଲର ଓ ଟିଜର ଦେଖିବା ପରେ ଲୋକେ ବବି ଏବଂ ରଣବୀରଙ୍କ ଅଭିନୟକୁ ଜୋରଦାର ପ୍ରଶଂସା କରୁଛନ୍ତି ।

ଦିନ ଥିଲା ବବିଙ୍କ ଫ୍ଲପ ଷ୍ଟାର ହିସାବରେ ଗଣାହେଉଥିଲା । ତାଙ୍କ ପାଖରେ ଫିଲ୍ମ ବି ନଥିଲା । ପରେ ରେସ୍ ୩ ପରେ ତାଙ୍କ କ୍ୟାରିୟର ପୁଣିଥରେ ଟ୍ରାକ୍‌କୁ ଫେରିଥିଲା । ଏବେ ପୁଣିଥରେ ସେ ଆନିମଲ୍ ଜରିଆରେ କମବ୍ୟାକ୍ କରିବାକୁ ଯାଉଛନ୍ତି । ଯାହା ଲାଗୁଛି ଏହା ତାଙ୍କ କ୍ୟାରିୟରର ମୋଡ ବଦଳାଇପାରେ ।

   Related Posts