‘ଆନିମଲ’ରେ ରଣବୀର କପୁରଙ୍କୁ ୭୦ କୋଟି, ଏହି ସିନିୟର ଅଭିନେତାଙ୍କୁ ଏତିକି ଲକ୍ଷ ଦେଇ କଲେ ସାଇନ୍‌

Published By : Prameya-News7 Bureau | November 27, 2023 IST

ମୁମ୍ଵାଇ ୨୭।୧୧: ରଣବୀରଙ୍କ ଅପକିମିଂ ଫିଲ୍ମ ‘ଆନିମଲ’। କବୀର ସିଂହ ଏବଂ ଅର୍ଜୁନ ରେଡ୍ଡୀ ସହ ହଇଚଇ ସୃଷ୍ଟି କରିବା ଏବଂ  ପ୍ରଶଂସା ପାଇବା ପରେ ସନ୍ଦୀପ ରେଡ୍ଡୀ ଭଙ୍ଗା ପୁଣିଥରେ ତାଙ୍କ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ ଅଛନ୍ତି। ଗୁରୁବାର ଫିଲ୍ମର ଆନିମଲର ଟ୍ରେଲର ରିଲିଜ୍ ହୋଇଛି। ଯେଉଁଥିରେ ରଣବୀରଙ୍କ ଜବରଦସ୍ତ ଲୁକ୍ ଆଉ ଦମଦାର ଅଭିନୟକୁ ନେଇ ଇଣ୍ଟର୍‌ନେଟ୍‌ରେ ଉତ୍ସାହ ଦେଖାଦେଇଛି।

ଏଥିରେ ମୁଖ୍ୟ ଭୂମିକାରେ ବବି ଦେଓଲ, ଅନିଲ କପୁର ଏବଂ ରଶ୍ମିକା ମନ୍ଦନା ମଧ୍ୟ ଅଭିନୟ କରିଛନ୍ତି। ‘ଆନିମଲ’ର ଟ୍ରେଲର ରିଲିଜ୍ ହେବାର ପ୍ରଥମ ୨୧ ଘଣ୍ଟାରେ ୪୯ ମିଲିୟନରୁ ଅଧିକ ଭ୍ୟୁ ଏବଂ ଲକ୍ଷ ଲକ୍ଷ ଲାଇକ୍ ମିଳିଛି। ଫିଲ୍ମ ପ୍ରେମୀମାନେ ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଏହାରି ଭିତରେ ‘ଆନିମଲ’ର ଷ୍ଟାର୍‌ କାଷ୍ଟ୍‌ ଫି’ ସାମ୍ନାକୁ ଆସିଛି।

ରଣବୀର କପୁର: ‘ଆନିମଲ’ରେ ରଣବୀର କପୁର କିଲର ଲୁକ୍‌ରେ ନଜର ଆସିଛନ୍ତି । ତାଙ୍କୁ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଖବର ଅନୁଯାୟୀ, ରଣବୀର ଏହି ଫିଲ୍ମରେ ଅନ୍ୟ କଳାକାରଙ୍କ ତୁଳନାରେ ଅଧିକ ଟଙ୍କାରେ ସାଇନ୍ କରିଛନ୍ତି। କୁହାଯାଉଛି ଯେ ରଣବୀର ଏହି ଫିଲ୍ମରେ ସାଇନ୍ କରିବା ପାଇଁ ୭୦ କୋଟି ଟଙ୍କା ନେଇଛନ୍ତି।

ଅନିଲ କପୁର: ଅନିଲ କପୁର ରଣବୀରଙ୍କ ବାପା ତଥା ବିଜ୍‌ନେସ୍ ଟାଇକୁନ୍ ବଲବୀର ସିଂହ ଭୂମିକାରେ ଅଭିନୟ କରିଛନ୍ତି। ପ୍ରକାଶ ଯେ, ଏହି ଫିଲ୍ମ ପାଇଁ ଅନିଲ କପୁର ୨ କୋଟି ଟଙ୍କା ନେଇଛନ୍ତି।

ବବି ଦେଓଲ୍: ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଭାବରେ ବବି ଦେଓଲଙ୍କୁ ଦେଖିବାକୁ ମିଳିବ। ତାଙ୍କର ଭୂମିକା ମଧ୍ୟ ଖୁବ ଦମଦାର ହେବ ଲାଗୁଛି। କିନ୍ତୁ ଫି’ ଦୃଷ୍ଟିରୁ ସେ ରଣବୀରଙ୍କଠାରୁ ବହୁତ ପଛରେ ଅଛନ୍ତି। କୁହାଯାଉଛି ଯେ ବବି ଦେଓଲ ଏହି ଫିଲ୍ମ ପାଇଁ ୪-୫ କୋଟି ଟଙ୍କା ନେଇଛନ୍ତି।

ରଶ୍ମିକା ମନ୍ଦନା: ରଶ୍ମିକା ମନ୍ଦାନା ଫିଲ୍ମ ପାଇଁ ୨ କୋଟି ଟଙ୍କା ନେଇଛନ୍ତି। ଏଥିରେ ସେ ରଣବୀର କପୁରଙ୍କ ପତ୍ନୀ ଗୀତାଞ୍ଜଳି ଭୂମିକାରେ ଅଭିନୟ କରିଛନ୍ତି।

ଶକ୍ତି କପୁର: ଏହି ଫିଲ୍ମର ଷ୍ଟାର୍‌କାଷ୍ଟ୍‌ରେ ଶକ୍ତି କପୁର ମଧ୍ୟ ସାମିଲ ହୋଇଛନ୍ତି। ସେ ଏହି ଫିଲ୍ମ ପାଇଁ ମାତ୍ର ୩୦ ଲକ୍ଷ ଟଙ୍କା ଦିଆଯାଇଛି । ସେଭଳି ତୃପ୍ତି ଡିମରୀ ୪୦ ଲକ୍ଷ ଟଙ୍କାରେ ସାଇନ୍ କରାଯାଇଛି। ସିଦ୍ଧାନ୍ତ କାର୍ଣ୍ଣିକ ଏକ ଛୋଟ ଭୂମିକା ଗ୍ରହଣ କରିଛନ୍ତି। ଯେଉଁଥି ପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ସାଇନ୍ କରାଯାଇଛି।

wp:embed {"url":"https://www.prameyanews7.com/vijay-varma-on-marrying-tamannaah-bhatia-actor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vijay-varma-on-marrying-tamannaah-bhatia-actor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.