ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗୁଛି ‘ଆନିମଲ’ ୬୦୦ କୋଟି କ୍ଲବରେ ହେଲା ସାମିଲ୍‌

Published By : Prameya-News7 Bureau | December 10, 2023 IST

ମୁମ୍ଵାଇ ୧୦।୧୨: ୬୦୦ କୋଟି କ୍ଲବ୍‌ରେ ଏଣ୍ଟ୍ରି କଲା ରଣବୀର କପୁର ଷ୍ଟାରର୍‌ ‘ଆନିମଲ୍‌’ । ରିଲିଜ୍‌ର ୮ମ ଦିନ ଫିଲ୍ମଟି ଏହି ରେକର୍ଡ କରିଛି । ଗତ ଶୁକ୍ରବାର ଏହା ମୋଟ୍‌ ୩୭.୩୭ କୋଟି ବ୍ୟବସାୟ କରିଥିଲା । ଏଥିସହିତ ଫିଲ୍ମର ମୋଟ୍‌ ବିଶ୍ୱବ୍ୟାପୀ କଲେକ୍ସନ୍‌ ୬୦୦.୬୭ କୋଟି ହୋଇଛି । ଫିଲ୍ମର ହିନ୍ଦୀ ସଂସ୍କରଣ ଗତ ଶୁକ୍ରବାର ୨୧.୫୬ କୋଟି ବ୍ୟବସାୟ କରିଛି । ଏହା ପୂର୍ବରୁ କୌଣସି ହିନ୍ଦୀ ଫିଲ୍ମ ରିଲିଜ୍‌ର ୨ୟ ଶୁକ୍ରବାର ଏତେ ଆୟ କରିନଥିଲା । ସେପଟେ ‘ଆନିମଲ୍‌’ ୧ କୋଟି ଡଲାର ଅଙ୍କ ମଧ୍ୟ ପାର୍‌ କରିଛି ।

 ଏହା ଉତ୍ତର ଆମେରିକାରେ ଅଦ୍ୟାବଧି ସର୍ବାଧିକ ଆୟ କରିଥିବା ୭ମ ଭାରତୀୟ ଫିଲ୍ମ ହୋଇଛି । ଏଇଟି ଦେଶରେ ଓ ବିଶ୍ୱସ୍ତରରେ ରଣବୀରଙ୍କର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି । ଏହା ପୂର୍ବରୁ ତାଙ୍କ କ୍ୟାରିଅର୍‌ର ସବୁଠୁ ସଫଳ ଫିଲ୍ମ ଥିଲା ‘ସଞ୍ଜୁ’, ଯାହା ବିଶ୍ୱସ୍ତରରେ ୫୮୬ କୋଟି ଏବଂ ଦେଶରେ ୩୪୨ କୋଟି ବ୍ୟବସାୟ କରିଥିଲା ।

wp:embed {"url":"https://www.prameyanews7.com/tripti-dimri-talks-about-animal-actor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tripti-dimri-talks-about-animal-actor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.