scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌

5/12/2020 at 12:25 PM

ଚଣ୍ଡିଗଡ଼ ୦୫।୧୨: ହରିୟାଣାର ମନ୍ତ୍ରୀ ଅନିଲ ଭିଜ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ଭ୍ୟାକସିନ୍ କୋଭାକ୍ସିନ୍‌ର ପରୀକ୍ଷାମୂଳକ ଟିକା ନେଇଥିଲେ ମନ୍ତ୍ରୀ ଅନିଲ ଭିଜ୍‌ । ନଭେମ୍ବର ୨୦ରେ ସ୍ୱେଚ୍ଛାକୃତ ଭାବେ ନେଇଥିଲେ ଟୀକା । କରୋନା ପଜିଟିଭ୍‌ ନେଇ ମନ୍ତ୍ରୀ ଅନିଲ ଭିଜ୍‌ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ହରିୟାଣାର ମନ୍ତ୍ରୀ ଅନିଲ ଭିଜ୍‌ ନିଜେ ଟ୍ୱିଟ୍‌ କରି କହିଛନ୍ତି ଯେ, ସେ କରୋନା ସଂକ୍ରମିତ ହୋଇଛନ୍ତି । କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅମ୍ବାଲା କେଣ୍ଟ ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରିବାକୁ ନିବେଦନ କରିଛନ୍ତି । ଏହା ଦେଶରେ ପ୍ରଥମ ଘଟଣା । ଜଣେ ଲୋକ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ରେ ଭାଗ ନେବା ପରେ କରୋନା ସଂକ୍ରମିତ ହୋଇଛନ୍ତି ।

ନଭେମ୍ବର ୨୦ରେ ହରିୟାଣାରେ କରୋନା ଦେଶୀ ଭ୍ୟାକସିନ୍‌ ‘କୋଭାକ୍ସିନ୍‌’ ତୃତୀୟ ପର୍ଯ୍ୟାୟର ପ୍ରଥମ ଟୀକା ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍‌ ନେଇଥିଲେ । ଅମ୍ବାଲା କେଣ୍ଟ ସ୍ଥିତ ଏକ ମେଡିକାଲରେ ତାଙ୍କୁ ଏହି ଟୀକା ଲଗାଯାଇଥିଲା । ଲଗାତର ଭାବେ ସେ ଡାକ୍ତରଙ୍କ ନୀରକ୍ଷଣରେ ରହିଥିଲେ । କୋଭାକ୍ସିନ୍‌ର ଟ୍ରାଏଲ୍‌ ହେବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ନେଇ ଅନେକ ପ୍ରକାର ଯାଞ୍ଚ କରାଯାଇଥିଲା । ସବୁ ଯାଞ୍ଚ ରିପୋର୍ଟ ସଠିକ୍‌ ଆସିବା ପରେ ତାଙ୍କୁ ଟ୍ରାଏଲ୍‌ରେ ଭାଗ ନେବା ପାଇଁ ଅନୁମତି ଦିଆଯାଇଥିଲା । ମନ୍ତ୍ରୀ ଅନିଲ ଭିଜ୍‌ ଟୀକା ନେବା ପରେ ଅଫିସ ମଧ୍ୟ ଆସୁଥିଲେ । ଡାକ୍ତରଙ୍କ ପରାମର୍ଶରେ ସେ ଅଫିସ ଆସୁଥିଲେ ।

ସୂଚନାଯୋଗ୍ୟ ଯେ, ହରିୟାଣାରେ କୋଭାକ୍ସିନର ଟୀକ ପରୀକ୍ଷଣର ଦ୍ୱାୟିତ୍ୱ ପଣ୍ଡିତ ଭଗବତ ଦୟାଲ ଶର୍ମା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ଦିଆଯାଇଛି । ପ୍ରଥମ ଡୋଜର ୨୮ ଦିନ ପରେ ଆଉ ଏକ ଡୋଜ ନେବାର ନିୟମ ରହିଛି । ୪୮ଦିନ ପରେ ତାଙ୍କ ଶରୀରର ଆଣ୍ଟିବଡ଼ ଟେଷ୍ଟ କରାଯିବ । ଯଦି ରିପୋର୍ଟ ସଠିକ୍ ଆସେ, ତେବେ ଆଉ ଏକ ଡୋଜ ଦିଆଯିବ । କୋଭାକ୍ସିନ୍‌ର ଏହି ପର୍ଯ୍ୟାୟରେ ପ୍ରାୟ ୨୫ହଜାରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ଆଗୀମୀ ଡୋଜ ଦିଆଯିବ । ସେପଟେ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ଯେ, କୋଭିକ୍ସନର ଟ୍ରାଏଲ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ଠାରେ ସାଇଡ଼ଇପେକ୍ଟ ଦେଖାଯାଇନାହିଁ ।

   Related Posts