ମୁମ୍ଵାଇ ୧୨।୦୯: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା। ବର୍ତ୍ତମାନ ତାଙ୍କ ପିତାଙ୍କ ଦେହାନ୍ତ । ଏହି ଖବର ସମଗ୍ର ଇଣ୍ଡଷ୍ଟ୍ରିକୁ ଥରାଇ ଦେଇଛି। ତାଙ୍କ ୬ ମହଲାରୁ ଡେଈଁ ଆତ୍ମହତ୍ୟା କରିଛନ୍ତି। ହେଲେ ବାପାଙ୍କ ମୃତ୍ୟୁର ୨୪ ଘଣ୍ଟାରେ ଟ୍ରୋଲ ହେଲେ ଅଭିନେତ୍ରୀ । ଅନିଲ ମେହେଟ୍ଟା ମଲାଇକାଙ୍କ ପ୍ରକୃତ ପିତା ନୁହଁନ୍ତି। ବରଂ ସେ ତାଙ୍କର ସାବତ ପିତା।
ବାପାଙ୍କ ଦେହାନ୍ତ ପରେ ମଲାଇକା ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଣମାଧ୍ୟମ ତାଙ୍କ ନାମ ଅନୀଲ ଆରୋରା ବୋଲି ଦର୍ଶାଯାଇଥିଲା । ହେଲେ ଅଭିନେତ୍ରୀ ତାଙ୍କ ପୋଷ୍ଟରେ ପିତାଙ୍କ ନାମ ଅନୀଲ ମେହେଟ୍ଟା ଲେଖିଥିଲେ। ମଲାଇକାଙ୍କ ଟାଇଟଲ ଅରୋରା । ତାଙ୍କ ପିତା ମେହେଟ୍ଟ କିପରି ? । ଏନେଇ ୟୁଜର୍ସଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଥିଲା ।
ଅନୀଲ ମେହେଟ୍ଟା ୧୧ ଫେବୃଆରୀ ୧୯୬୨ ରେ ଜନ୍ମଗ୍ରହଣ କରିଥିଲେ। ମଲାଇକା ଆରୋରା ଜନ୍ମ ୨୩ ଅକ୍ଟୋବର ୧୯୭୩ ରେ । ଏହପରି ଉଭୟଙ୍କ ବୟସରେ କେବଳ ୧୧ ବର୍ଷର ପାର୍ଥକ୍ୟ ରହିଛି । ମଲାଇକାଙ୍କ ମାଆତା ଜୋଏସ୍ ପଲିକାର୍ପ । ସେ ଜଣେ ମାଲାୟାଲୀ ଖ୍ରୀଷ୍ଟିଆନ । ଯିଏ ଅନିଲ ମେହେଟ୍ଟାଙ୍କୁ ବିବାହ କରିଥିଲେ। ହେଲେ ବିବାହ ଅଧିକ ଦିନ ତିଷ୍ଠି ନଥିଲା । ଦୁହିଁଙ୍କର ଛାଡପତ୍ର ହୋଇଥିଲା । ସେତେବେଳେ ମଲାଇକାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା। ଏହା ପରେ ମଲାଇକା ତାଙ୍କ ମା ଏବଂ ଭଉଣୀ ଅମୃତାଙ୍କ ସହ ଚେମ୍ବୁର ଯାଇଥିଲେ। ଏହା ପରେ, ଜୋଏସ୍ ଏକାକୀ ଦୁଇ ଝିଅଙ୍କୁ ବଡ କରିଥିଲେ ।
ଅନିଲଙ୍କ ପୂର୍ବରୁ ଜୋଏଲ ଆଉ ଏକ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ୱାମୀଙ୍କ ସନ୍ତାନ ମଲାଇକା ଏବଂ ଅମୃତାଙ୍କ । ପରେ ଦୁହେଁ ଅଲଗା ହୋଇଗଲେ। ମଲାଇକାଙ୍କ ପ୍ରକୃତ ପିତା କିଏ ? ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । । ତେବେ କୁହାଯାଉଛି କି ଅନୀଲ ମଲାଇକା ଏବଂ ଅମୃତାଙ୍କୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ କେବେ ବି କହିନଥିଲେ ଯେ ସେ ତାଙ୍କ ସାବତ ପିତା ଥିଲେ । ବୁଧବାର ସନ୍ଧ୍ୟାରେ ମଲାଇକା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏହି ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏବେ ୟୁଜର୍ସ କମେଣ୍ଟ ବକ୍ସରେ ପ୍ରତିକ୍ରିୟା ଦେଇଛନ୍ତି ଜଣେ ଲେଖିଛନ୍ତି, ମଲାଇକା ତ ଆରୋରା ଏବଂ ତାଙ୍କ ପିତାଙ୍କ ଶେଷ ନାମ ମେହେତା କିପରି? ଅନ୍ୟ ଜଣେ ଲେଖିଛନ୍ତି, ସେ କ'ଣ ତାଙ୍କ ସାବତ ବାପା ? ଅନ୍ୟ ଜଣ ମଲାଇକା ଏବଂ ଅନିଲଙ୍କ ବୟସରେ ପାର୍ଥକ୍ୟ ଦର୍ଶାଇଥିଲେ।