LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହଲିଉଡ୍‌ରେ ପୁଣି ପାଦ ରଖିବେ ଅନିଲ୍‌, ଜେରେନି ରେନରଙ୍କ ସହ କରିବେ ଆକ୍ସନ

20/02/2023 at 9:09 AM

Anil Kapoor with Jeremy Renner

ମୁମ୍ଵାଇ ୨୦।୦୨: ଅନିଲ କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ପୁଣି ଥରେ ସେ ହଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି। ଏଥର ଅନିଲ କମେଡି ନୁହେଁ ଆକ୍ସନ ଅବତାରରେ ନଜର ଆସିବେ। ଲୋକପ୍ରିୟ ମାର୍ବଲ ତାରକା ଜେରେମି ରେନରଙ୍କ ସହ ଏକ ୱେବ୍ ସିରିଜରେ ଧମାଲ କରିବେ। ଏନେଇ ଅଭିନେତା ନିଜେ ସୋସିଆଲ ମିଡିଆରେ ଏହା କନଫର୍ମ କରିଛନ୍ତି।

ନିକଟରେ ଅନିଲ କପୁର, ଆଦିତ୍ୟ ରୟ କପୁର, ଶୋଭିତା ଧୁଲିପାଲାଙ୍କ ଅଭିନୀତ ୱେବ୍ ସିରିଜ୍ ‘ଦି ନାଇଟ୍ ମ୍ୟାନେଜର’ ନିକଟରେ ମୁକ୍ତିଲାଭ କରିଛି। ଏହି ଧାରାବାହିକରେ ଅନିଲଙ୍କ ଅଭିନୟ ଦର୍ଶକ ଏବଂ ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ନେଇ ପ୍ରସିଦ୍ଧ ନିର୍ଦ୍ଦେଶକ ଶେଖର କପୁର ଅନିଲଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ଟ୍ୱିଟରରେ ଲେଖିଛନ୍ତି, ‘ଅନିଲ କପୁର ଜଣେ ଅଭିନେତା ଭାବରେ ପ୍ରତ୍ୟେକ କାର୍ଯ୍ୟକୁ ନିଖୁଣ ଭାବେ କରୁଛନ୍ତି। OTT ପ୍ଲାଟଫର୍ମ ତାଙ୍କୁ ଅନେକ ନୂଆ ପ୍ରକାରର କାର୍ଯ୍ୟ ଦେଇଛି।

ଏହାର ଉତ୍ତରରେ ଅନିଲ ଏକ ଆନ୍ତର୍ଜାତୀୟ ସିରିଜରେ ମାର୍ବଲ ତାରକା ଜେରେମି ରେନରଙ୍କ ସହ କାମ କରିବା ନେଇ କହିଛନ୍ତି। ଅନିଲ ଟ୍ୱିଟରେ ଲେଖିଛନ୍ତି, “OTT ଏକ ସମ୍ପୂର୍ଣ୍ଣ ନୂଆ ଧାରା ଏବଂ ମୁଁ ଏଠାରେ କାମ କରି ବହୁତ ଖୁସି । ବର୍ତ୍ତମାନ ପାଇଁ, ମୁଁ ଜେରେମିଙ୍କ ସହ ‘ରିନର୍ବେଶନ’ରେ କାମ କରିବାକୁ ଅପେକ୍ଷା କରିଛି। “

୨୦୦୮ ରେ ଅନିଲ କପୁର ଫିଲ୍ମ ‘ସ୍ଲୁମଡଗ ମିଲିୟନେୟର’ ସହିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଶିଳ୍ପରେ ପାଦ ଦେଇଥିଲେ। ଏହା ପରେ ତାଙ୍କୁ ହଲିଉଡର ଅନ୍ୟତମ ଲୋକପ୍ରିୟ ତାରକା ଟମ୍ କ୍ରୁଜ୍‌ ସହ ‘ମିଶନ୍ ଇମ୍ପସିବଲ୍: ଘୋଷ୍ଟ ପ୍ରୋଟୋକଲ୍’ ରେ ଦେଖିବାକୁ ମିଳିଥିଲା। ସେ ଆମେରିକାର ଥ୍ରୀଲର ସିରିଜ୍ ‘୨୪ ‘ରେ କାମ କରିଥିଲେ । ପରେ ଅନିଲ ଏହି ସିରିଜର ହିନ୍ଦୀ ଭର୍ସନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

   Related Posts