oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପେପର ଲିକ୍‌ ମାମଲା: ଅନୀଲ ଦେଶମୁଖଙ୍କ ଓକିଲ ଏବଂ ସିବିଆଇ ଏସଆଇଙ୍କ ଜାମିନ ଆବେଦନ ଖାରଜ

8/09/2021 at 7:04 PM

ନୂଆଦିଲ୍ଲୀ ୮/୦୯: ପେପର ଲିକ୍‌ ମାମଲାରେ ଜେଲରେ ଥିବା ଅନିଲ ଦେଶମୁଖଙ୍କ ଓକିଲ ଏବଂ ସିବିଆଇ ଏସଆଇଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜ୍‌ ଜଷ୍ଟିସ୍‌ ବିମଳ ଯାଦବ ଏହି ଆଦେଶ ଜାରି କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗା ଏବଂ ସିବିଆଇରେ ଏସଆଇ ଅଭିଷେକ ତିଓ୍ବାରୀଙ୍କୁ କୋର୍ଟ ୬ ସେପ୍ଟେମ୍ବରରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ।

ଏହା ପୂର୍ବରୁ ସେମାନେ ୪ ସେପ୍ଟେମ୍ବରରେ ଜାମିନ ପାଇଁ ଆବେଦନ କରିଥିଲେ। ଆନନ୍ଦ ଡାଗାଙ୍କୁ ଗୁପ୍ତ ସୂଚନା ଦେବା ପାଇଁ ଅଭିଷେକ ତିଓ୍ବାରୀ ତାଙ୍କ ପାଖରୁ ଆଇଫୋନ୍‌ ୧୨ ପ୍ରୋ ଏବଂ ଅନ୍ୟ ଦାମୀ ଉପହାର ଲାଞ୍ଚ ନେଇଥିଲେ ବୋଲି କୋର୍ଟରେ ସିବିଆଇ ପକ୍ଷରୁ କୁହାଯାଇଥିଲା। ସିବିଆଇ ପକ୍ଷରୁ ଦିଆଯାଇଥିବା ଏଫଆଇଆର ମୁତାବିକ, ଦେଶମୁଖଙ୍କ ମାମଲାରେ ଯାଞ୍ଚ ପାଇଁ  ସିବିଆଇର ଡିଏସପି ଆରଏସ୍‌ ଗୁଞ୍ଜିୟାଲ୍‌ ଏବଂ ତିଓ୍ବାରୀ ୬ ଏପ୍ରିଲ୍‌ରେ ମୁମ୍ବାଇ ଯାଇଥିଲେ।

୧୪ ଏପ୍ରିଲରେ ସେମାନେ ଦେଶମୁଖ ଏବଂ ଅନ୍ୟ ସାକ୍ଷିଙ୍କ ପାଖରୁ ବୟାନ ରେକର୍ଡ କରିଥିଲେ। ଅଭିଷେକ ତିଓ୍ବାରୀଙ୍କ ପାଖରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଥିଲା। ତିଓ୍ବାରୀ ହ୍ବାଟସ୍‌ଆପ୍‌ ମାଧ୍ୟମରେ ଡାଗାଙ୍କୁ ଡକ୍ୟୁମେଣ୍ଟ ପଠାଇଥିଲେ।    ଏହା ପରେ ସିବିଆଇର ବରିଷ୍ଠ ଅଧିକାରୀଙ୍କ ନିର୍ଦେଶ କ୍ରମେ ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୧୮ ଅଗଷ୍ଟରେ ସୁପ୍ରିମକୋର୍ଟ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ। ଏହା ସହ ତାଙ୍କ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

   Related Posts