ଟିନା ଅମ୍ୱାନୀଙ୍କ ୨ପୁଅଙ୍କ ମଧ୍ୟରେ ରହିଛି ଭିନ୍ନତା : ବାପା ଅନିଲଙ୍କୁ ଏବେ ବ୍ୟବସାୟରେ ସହଯୋଗ କରୁଛନ୍ତି ଜୟ ଅନମୋଲ୍ ଓ ଜୟ ଅଂଶୁଲ୍

Published By : Prameya-News7 Bureau | August 23, 2021 IST

ମୁମ୍ବାଇ ୨୩।୦୮: ଧୀରୁଭାଇ ଅମ୍ବାନୀଙ୍କ ଛୋଟ ପୁଅ ଅନିଲ ଓ ଟିନା ଅମ୍ବାନୀଙ୍କ ୨ ପୁଅ ଜୟ ଅମମୋଳ  ଏବଂ ଜୟ ଅଂଶୁଳ ଏବେ ବାପାଙ୍କ ବ୍ୟବସାୟ ସହିତ ଜଡିତ ହୋଇଛନ୍ତି । କିନ୍ତୁ ବ୍ୟକ୍ତିଗତ ଭାବେ ଦେଖିବାକୁ ଗଲେ ୨ ପୁଅ ପୁରା ଅଲଗା ଜୀବନଯାପନ କରନ୍ତି । ଏକା ସାକ୍ଷାତକାରରେ ଟିନା ଅମ୍ବାନୀ ୨ଜଣଙ୍କ ମଧ୍ୟରେ ଥିବା ଫାର୍ଥକ୍ୟ ବିଷୟରେ କହିଛନ୍ତି ।

{"id":499987,"sizeSlug":"full","linkDestination":"none"}

ତେବେ ଆସନ୍ତୁ ଜାଣିବା କଣ ରହିଛି ଉଭୟଙ୍କ ମଧ୍ୟର ପାର୍ଥକ୍ୟ , ୨ ପୁଅ ସର୍ବାଦ ଚର୍ଚ୍ଚାଠାରୁ ଦୂରେଇ ରହୁନ୍ତି । ଚର୍ଚ୍ଚାରେ ଆସିବା ସେମାନଙ୍କୁ ପସନ୍ଦ ନଥାଏ । ଅନିଲ ଅମ୍ବାନୀଙ୍କ ବଡ଼ ପୁଅ ସବୁବେଳେ ବ୍ୟସ୍ତ ଓ ଗମ୍ଭୀର ରହୁଥିବା ବେଳେ ଅନ୍‌ମୋଲ ନିଜର ଅଧିକ ସମୟ ପରିବାର ସହିତ ବିତାଇବାକୁ ପସନ୍ଦ କରନ୍ତି ।

{"id":499988,"sizeSlug":"full","linkDestination":"none"}

ଜୟ ଅନ୍‌ମୋଲ ଅମ୍ବାନୀ ନିଜର ପ୍ରାରମ୍ଭିକ ପାଠ ପଢା ମୁମ୍ବାଇର ଜନ୍‌ କନନ ସ୍କୁଲରେ ହୋଇଥିଲା । ଏହାପରେ ସେ ଆଗାମୀ ପାଠପଢା ପାଇଁ ୟୁକେ ଚାଲିଯାଇଥିଲେ । ଅନମୋଲ ୟୁକେର Warwick Business Schoolରୁ ବିଏସ୍‌ସି ପାସ୍‌ କରିଛନ୍ତି । ୧୮ ବର୍ଷ ବୟସରୁ ହିଁ ଅନ୍‌ମୋଲ୍‌ ଷ୍ଟକ୍‌ ବଜାରରେ ଟଙ୍କା ନିବେଶ କରିବାକୁ ଆରମ୍ଭ କରିଥିଲେ ।

{"id":499989,"sizeSlug":"full","linkDestination":"none"}

ପାଠ ପଢା ସରିବା ପରେ ଅନ୍‌ମୋଲ ରିଲାଏନ୍ସ ମ୍ୟୁଚାଲ ଫଣ୍ଡରେ ୨ମାସିଆ ଇଣ୍ଟନସିପ୍‌ କରିଥିଲେ । ଏହାପରେ ଅନ୍‌ମୋଲ ଜାପାନ୍‌ର ଏକ ବଡ଼ କମ୍ପାନୀ ନିପନ୍‌ ସହ ମିଶି ରିଲାଏଲ୍ସ ନିପନ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ ।୨୦୧୭ ମସିହାରେ ବାର୍ଷିକ ଜେନେରାଲ ମିଟିଙ୍ଗରେ ଜୟ ଅନମୋଲ୍‌ଙ୍କୁ ରିଲାଏନ୍ସ କ୍ୟାପିଟାଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଚୟନ କରାଯାଇଥିଲା ।

{"id":499991,"sizeSlug":"full","linkDestination":"none"}

ସେହିପରି ଅନ୍‌ମୋଲ ବ୍ୟସ୍ତ ଓ ଗମ୍ଭୀର ଥିବା ବେଳେ ଅଂଶୁଲ ମିଳାପୀ ସ୍ୱଭାବର । କିନ୍ତୁ ୨ଜଣ ମିଡିଆ ଓ ଭିଡ଼ ଠାରୁ ଦୂରେଇ ରହିବା ପସନ୍ଦ କରନ୍ତି । ତେବେ ଟିନା ଅମ୍ବାନୀଙ୍କ ଛୋଟ ପୁଅ ଜୟ ଅଂଶୁଲଙ୍କର ମ୍ୟୁଜିକ ପସନ୍ଦ । ଏହାସହିତ ସେ ଧାର୍ମିକ କାର୍ଯ୍ୟରେ ମଧ୍ୟ ରୁଚି ରଖନ୍ତି । ଅଂଶୁଲ ବହୁତ ସମ୍ବେଦନଶୀଳ ବ୍ୟକ୍ତି । ଯଦି କାହା ସହିତ ଝଗଡ଼ା ହୁଏ, ତେବେ ସେ ଆଗୁଆ ମନାଇବାକୁ ଯାଆନ୍ତି । ଅଂଶୁଲ ଅମ୍ବାନୀ ଆମେରିକାର ଏକ ସ୍କୁଲରୁ ସ୍ନାତ୍ତକତ୍ତୋର କରିବା ସହିତ ନ୍ୟୁୟର୍କ ୟୁନିଭରସିଟିର ଷ୍ଟେନ୍‌ ସ୍କୁଲ ଅଫ ବିଜେନସରୁ ବିଜନେସ୍‌ ମ୍ୟାନଜମେଣ୍ଟରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି । ଏବେ ସେ ନିଜ ସହିତ ବେପାର ଓ ବ୍ୟବସାୟରେ ସହଯୋଗ କରୁଛନ୍ତି ।

{"id":499992,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.