Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅନୀଲ ଅମ୍ବାନୀଙ୍କ ବିରୋଧରେ ପାରିତ ହେଲା ବ୍ଲାକ୍ ମନି ଆକ୍ଟ, ବିଦେଶରେ ଅଛି ୮୦୦ କୋଟିର ସମ୍ପତ୍ତି

6/06/2022 at 11:02 AM

ନୂଆଦିଲ୍ଲୀ ୦୬/୦୬:  ଅନୀଲ ଅମ୍ବାନୀଙ୍କ ପାଇଁ ବଢିଲା ଅଡୁଆ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ପାଇଁ ଫସିଲେ ଅନୀଲ ।  ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଆନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର ବିଭାଗ ପକ୍ଷରୁ ଆହୁରି କଡା ପଦକ୍ଷେପ ନିଆଯାଇଛି ।

ଆନୀଲଙ୍କ ବିରୋଧରେ ୮୦୦ କୋଟି ଟଙ୍କାର ଅଘୋଷିତ ବିଦେଶୀ ସମ୍ପତି ଓ ନିବେଶ ଥିବା ଅଭିଯୋଗ ଲାଗିଛି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଚ ଅନୁସାରେ, ପୂର୍ବରୁ ତଦନ୍ତକାରୀ ଟିମ୍ ୮୦୦ କୋଟିର ଅଘୋଷିତ ସମ୍ପତ୍ତି ନେଇ ଅନୀଲଙ୍କୁ ଜବାବ ତଲବ କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ । ତାଙ୍କୁ ୨୦୧୯ରେ ଏନେଇ ପ୍ରଥମେ ନୋଟିସ ପଠାଯାଇଥିଲା । ଯେଉଁଥିରେ ୮୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ବାବଦରେ ସବିଶେଷ ତଥ୍ୟ ଥିଲା ।

କୁହାଯାଉଛି ଯେ, ତଦନ୍ତକାରୀ ଟିମ୍ ଯେଉଁ ସବୁ ସମ୍ପତ୍ତି ବାବଦରେ ଦର୍ଶାଇଛି ତାହା ବାହମାସ ଓ ବ୍ରିଟେନର ଭର୍ଜିନ ଆଇଲାଣ୍ଡରେ ରହିଛି । ଏହା ଅନୀଲଙ୍କ ମାଲିକାନାରେ ଥିବା ଥିବା ଦୁଇଟି କମ୍ପାନୀ ନାଁରେ ରହିଛି । ଏହି ଦୁଇ କମ୍ପାନୀ ହେଲା ଡ୍ରିମଓ୍ୱାର୍କ ହୋଲ୍ଡିଂ ଆଇଏନସି ଓ ନର୍ଥ ଆଟାଲାଣ୍ଟିକ୍ ଟ୍ରେଡିଂ ଅନଲିମିଟେଡ୍ ।  ୨୦୧୫ରେ ସ୍ୱିସ୍ ଲିକ୍ସରେ ଏ କମ୍ପାନୀ ବାବଦରେ ପ୍ରଥମେ ତଥ୍ୟ ସାମ୍ନାକୁ ଆସିଥିଲା । ଅନୀଲ ସେହି ୧୦୦୦ ଭାରତୀୟଙ୍କ ମଧ୍ୟରେ ଥିଲେ ଯେଉଁମାନଙ୍କର ଏଚଏସବିସିର ଜେନେଭା ବ୍ରାଞ୍ଚରେ ଆକାଉଣ୍ଟ ଥିଲା । ୨୦୦୬-୦୭ରେ ଏହି ଖାତାରେ ୨ ଅରବରୁ ଅଧିକ ଟଙ୍କା ଥିଲା ।

ଏସବୁକୁ ଭିତ୍ତି କରି ଅନୀଲଙ୍କ ବିରୋଧରେ ସେକ୍ସନ ୧୦(୩) କଳାଧନ ଆକ୍ଟ ଅନୁସାରେ ନିର୍ଦ୍ଦେଶନାମା ପାରିତ ହୋଇଛି । ସମସ୍ତ ଆକାଉଣ୍ଟ, କାଗଜପତ୍ର ଓ ପ୍ରମାଣ ଅଧାରରେ ଆୟକର ବିଭାଗର ତଦନ୍ତକାରୀ ଟିମର ମୁମ୍ବାଇ ଶାଖା ଏହି ପଦକ୍ଷେପ ଗ୍ରହଣ କରିଛି ।

ଅନୀଲଙ୍କ ପକ୍ଷରୁ ଆସିନି ପ୍ରତିକ୍ରିୟା

୮୦୦ କୋଟି ଟଙ୍କାର ବିଦେଶୀ ସମ୍ପତ୍ତି ମାମଲାରେ କିନ୍ତୁ ଅନୀଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏକଦା ସେ ବିଶ୍ୱର ଟପ୍ ୧୦ ଧନୀଙ୍କ ମଧ୍ୟରେ ଥିଲେ । କିନ୍ତୁ ଟେଲିକମ ସେକ୍ଟର ବୁଡିବା ପରେ ତାଙ୍କର ଖରାପ ସମୟ ଆରମ୍ଭ ହୋଇଯାଇଥିଲା । ଏବେ ତାଙ୍କ ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବାକି ଅଛି । ସେ ନିଜର ଅନେକ କମ୍ପାନୀକୁ ବିକିବା ନେଇ ପ୍ରସ୍ତୁତି ଚଳାଇଛନ୍ତି ।

   Related Posts