ଲକ୍ଷ୍ନୌ ୦୨/୦୯: ହଷ୍ଟେଲରୁ ମିଳିଲା ଆଇପିଏସ୍ଙ୍କ ଝିଅର ମୃତଦେହ । ହତ୍ୟା ନା ଆତ୍ମହତ୍ୟା ବଢିଲା ସସ୍ପେ୍ସ । ମୃତ ଛାତ୍ରୀ ଜଣଙ୍କ ୧୯ ବର୍ଷୀୟ ଆଇନ ଛାତ୍ରୀ । ନା ତାଙ୍କର ଅନିକା ରସ୍ତୋଗି । ଉତ୍ତର ପ୍ରଦେଶର ଲକ୍ଷ୍ନୌର ଆଶିୟାନା ଅଞ୍ଚଳରେ ଥିବା ରାମ ମନୋହର ଲୋହିଆ ଜାତୀୟ ଆଇନ ବିଦ୍ୟାଳୟରେ ପଢୁଥିଲେ ଲୋହିୟା । ହେଲେ ତାଙ୍କ ମୃତଦେହ ହଷ୍ଟେଲ ରୁମର ଚଟଣାରେ ପଡ଼ିଥିବା ବେଳେ ଉଦ୍ଧାର ହୋଇଛି।
ସୂଚନା ଥାଉକି, ଅନିକା ବିଶ୍ୱବିଦ୍ୟାଳରେ ଏଲଏଲବିର ତୃତୀୟ ବର୍ଷର ଛାତ୍ରୀ ଥିଲେ । କହିବାକୁ ଗଲେ ଅନିକା ହେଉଛନ୍ତି ଆଇପିଏସ୍ ଅଫିସର ସନ୍ତୋଷ ରସ୍ତୋଗିଙ୍କ ଝିଅ । ସନ୍ତୋଷ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଆଇଜି ଭାବେ ଦିଲ୍ଲୀରେ କାମ କରୁଛନ୍ତି। ଶନିବାର ବିଳମ୍ବିତ ରାତିରେ ଅନିକାଙ୍କୁ ଅଚେତ ଅବସ୍ଥାରେ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ।
କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ଅନିକା ବିଳମ୍ୱିତ ରାତିରେ ତରଙ୍କ ରୁମକୁ ଯିବା ପରେ ଆଉ କାହା କଲ ଗ୍ରହଣ କରି ନଥିଲେ କିମ୍ବା କବାଟ ବାଡ଼େଇଲେ ମଧ୍ୟ ଖୋଲିନଥିଲେ । ସେ କୌଣସି ଉତ୍ତର ଦେଉନଥିବାରୁ ତାଙ୍କ ସାଙ୍ଗମାନେ ବ୍ୟସ୍ତ ହୋଇପଡିଥିଲେ ।
ଏହାପରେ ସେମାନେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ଏହି ସମୟରେ ଅନିକା ରୁମର ଚଟାଣରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ରୁମ ଭିତରୁ ବନ୍ଦ ଥିଲା ଓ ଏହା ଭିତରୁ କୌଣସି ପ୍ରକାରର ସନ୍ଦିଗ୍ଧ ଜିନିଷ ମିଳି ନଥିବା ପୁଲିସ କହିଛି। ପୋଲିସ୍ କହିଛି ଯେ ଅନିକାଙ୍କ ପୋଷାକ ଅକ୍ଷତ ରହିଛି ଓ ଶରୀରରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।