ଭାଇରାଲ୍ ହେଉଛି କନିକାଙ୍କ ହଳଦୀ କାର୍ଯ୍ୟକ୍ରମର ଭିଡିଓ, ଉଭୟ ପରିବାର ଖୁସିରେ ମସଗୁଲ୍
19/05/2022 at 2:17 PM

ମୁମ୍ବାଇ ୧୯।୦୫: ବଲିଉଡ୍ର ବେବିଡଲ୍ ତଥା କଣ୍ଠଶିଳ୍ପୀ କନିକା କପୁର ତାଙ୍କ ଗୀତ ପାଇଁ ଖୁବ୍ ଲୋକପ୍ରିୟ । ନିକଟରେ ଶୁଣିବାକୁ ମିଳୁଥିଲା କି ୪୩ ବର୍ଷ ବୟସରେ କନିକାଙ୍କ ସାଜିବେ କନିଆ। କନିକା କପୁର ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ କନିକା ଏବଂ ତାଙ୍କ ଭାବି ସ୍ୱାମୀ ବିଷୟରେ ଆଲୋଚନା ଚାଲିଥିଲା। ତାହା ବର୍ତ୍ତମାନ ସତ ହେବାକୁ ଯାଉଛି । ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡରୁ ସ୍ବାମୀ-ସ୍ତ୍ରୀ ହେବାକୁ ଯାଉଛନ୍ତି । ଦୁହେଁ ଆସନ୍ତାକାଲି ଅର୍ଥାତ୍ ୨୦ ମେ’ରେ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ କନିକା ଏ ସମ୍ପର୍କରେ କୌଣସି ଅଫିସିଆଲ୍ ଘୋଷଣା କରି ନାହାଁନ୍ତି।କିନ୍ତୁ ତାହାର କିଛି ଫଟୋ ଏବେ ସୋସିଆଲ୍ ମିଡିଆ ସାମ୍ନାକୁ ଆସିଛି ।
କନିକାଙ୍କ ଘରେ ବିବାହ ପୂର୍ବର ସମସ୍ତ ଉତ୍ସବ ଆରମ୍ଭ ହୋଇଯାଇଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଫଟୋରେ, କନିକା କପୁର ଗୌତମ ଏବଂ ପରିବାର ସଦସ୍ୟ ସହ କିଛି ଘନିଷ୍ଠ ବନ୍ଧୁମାନେ ନଜର ଆସିଛନ୍ତି । ଏକାଠି ବସି ସମସ୍ତେ ମଜା ମସ୍ତି କରୁଥିବା ଦେଖିବାକୁ ମିଳିଛି । ଗୌତମ ଏବଂ କନିକା ଦୁହେଁ ଏକା ରଙ୍ଗର ପୋଷାକ ପିନ୍ଧିଛନ୍ତି। ଏହି ଉତ୍ସବଟି ଉଭୟଙ୍କ ହଳଦୀ ସମାରୋହ ଫଟୋ । ଦୁହେଁ ଖୁସିରେ ନାଚୁଥିବା ଭିଡିଓ ସାମ୍ନାକୁ ଆସିଛି । କହିବାକୁ ଗଲେ କିଛି ଦିନ ପୂର୍ବରୁ କନିକା ତାଙ୍କ ସାଙ୍ଗମାନଙ୍କ ବ୍ୟାଚଲର ପାର୍ଟୀ ମଧ୍ୟ କରିଥିଲେ । ଉଭୟ ବିବାହ ଲଣ୍ଡନରେ ହେବ ।
ରିପୋର୍ଟରେ କୁହାଯାଉଛି କି କନିକାଙ୍କ ଭାବି ସ୍ୱାମୀ ହେଉଛନ୍ତି ଜଣେ NRI- ବ୍ୟବସାୟୀ । ଉଭୟ ଦୀର୍ଘ ସମୟ ଧରି ଏକ ସମ୍ପର୍କରେ ଅଛନ୍ତି ଏବଂ ପରସ୍ପରକୁ ଡେଟ୍ କରୁଥିଲେ ।ଉଭୟ ନିଜ ସମ୍ପର୍କକୁ ଅଫିସିଆଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ କନିକାଙ୍କ ଏହି ଫଟୋ ଦେଖି ସେଲେବ୍ଙ୍କ ସହ ତାଙ୍କ ଫ୍ୟାନ୍ସମାନେ କନିକାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।