ଖୁବ୍ ଶୀଘ୍ର ବାପା ହେବେ ହାରୀ ପୋର୍ଟର ଫେମ୍ ଡାନିଏଲ, ବେବି ବମ୍ପ ସ୍ପଟ୍ ହେଲେ ଗର୍ଲଫ୍ରେଣ୍ଡ ଏରିନ୍
27/03/2023 at 10:43 AM

ମୁମ୍ଵାଇ ୨୭।୦୩: ହଲିଉଡ ଅଭିନେତା ଡାନିଏଲ ରାଡକ୍ଲିଫ୍ । ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ହେଲେ ଯଦି ସେ ସବୁଠାରୁ ଅଧିକ ଲୋକପ୍ରିୟ, ତାହା ହେଉଛି ତାଙ୍କର ସିରିଜ୍ ହାରୀ ପୋଟର। ଯାହା ମାଧ୍ୟମରେ ସେ ଖୁବ୍ କମ୍ ବୟସରେ ସାରା ବିଶ୍ୱରେ ବହୁ ଲୋକପ୍ରିୟତା ହାସଲ କରିଥିଲେ । ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଛନ୍ତି।

ଡାନିଏଲ୍ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଏରିନ୍ ଡାର୍କ ଗର୍ଭବତୀ ଅଛନ୍ତି। ଏହି ଖବର ଏକ ମାଗାଜିନ୍ରୁ ସାମ୍ନାକୁ ଆସିଛି। ଯାହା ଏବେ ଅଭିନେତାଙ୍କ ନିକଟ ସୂତ୍ରରୁ ନିଶ୍ଚିତ ହୋଇଛି। ତେବେ ଅଭିନେତାଙ୍କ ପାଖରୁ ଏହି ନୂଆ ଯାତ୍ରା ବିଷୟରେ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ।
ଉଲ୍ଲେଖନୀୟ ଯେ, ଡାନିଏଲଙ୍କ ପରି ତାଙ୍କ ଗର୍ଲଫ୍ରେଣ୍ଡ ଏରିନ୍ ମଧ୍ୟ ଜଣେ ଲୋକପ୍ରିୟ ହଲିଉଡ ଅଭିନେତ୍ରୀ । ସେ ଅନେକ ଚଳଚ୍ଚିତ୍ର କରିଛନ୍ତି। ଏଥି ସହିତ ସୁଟିଂ ସମୟରେ ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଆରମ୍ଭ ହୋଇଥିଲା। ଦୁହେଁ ପ୍ରଥମ ଥର ପାଇଁ ୨୦୧୩ ଚଳଚ୍ଚିତ୍ର କିଲ୍ ୟର୍ ଡାର୍ଲିଙ୍ଗ୍ସରେ ଏକାଠି କାମ କରିଥିଲେ। ଏଥି ସହିତ, ପ୍ରଥମ ଦେଖାରେ ଉଭୟେ ପରସ୍ପର ଉପରେ ହୃଦୟ ଦେଇ ବସିଥିଲେ। ଉଭୟଙ୍କ ସମ୍ପର୍କ ପାଇଁ ପ୍ରାୟ ୧୦ ବର୍ଷ ବିତିଗଲାଣି । ହେଲେ ଉଭୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ବର୍ତ୍ତମାନ ଉଭୟଙ୍କ ଜୀବନରେ ନୂଆ ଅତିଥି ଆସିବାକୁ ଯାଉଛି ।