ଭରତପୁର କୋଇଲା ଖଣିରେ ଅଘଟଣ : ହଠାତ୍ ସମୁଦ୍ର ଭଳି ମାଡି ଆସିଲା ୫୦ ଫୁଟ ଉଚ୍ଚର ମାଟି ଅତଡା, କିଛି ବୁଝିବା ପୂର୍ବରୁ ପୋତି ହୋଇଗଲେ ୩୦ ଜଣରୁ ଅଧିକ…

Published By : Prameya-News7 Bureau | July 24, 2019 IST

ଅନୁଗୋଳ ୨୪|୭: ତାଳଚେର ଏମସିଏଲ ଭରତପୁର କୋଇଲା ଖଣିରେ ଅଘଟଣ । କୋଇଲା ବ୍ଳାଷ୍ଟିଂ ବେଳେ ମାଟି ଧସି ୪ ରୁ ଅଧିକ ଶ୍ରମିକ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି । ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ମାଇନ୍ସ ରେସକ୍ୟୁ ଟିମ୍ ଉଦ୍ୟମ ଜାରି ରଖିଛି । ଘଟଣା ପାଇଁ ଏମସିଏଲକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ।  

{"id":136945}

କୋଇଲା ଖଣିରେ ଦୁର୍ଘଟଣା। ତାଳଚେର ଭରତପୁର ପୋଖରିଆ କୋଇଲା ଖଣିରେ ଅତଡ଼ା ଖସି ଶ୍ରମିକଙ୍କ ଉପରେ ମାଡ଼ିଯାଇଛି । ୪ ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା । ୪ ଜଣ ଶ୍ରମିକ ମାଟି ତଳେ ପୋତି ହୋଇ ରହିଥିବା ଏମସିଏଲଅଧିକାରୀ କହୁଥିବା ବେଳେ ଏହି ସଂଖ୍ୟା ୬ ବୋଲି କହୁଛନ୍ତି ସ୍ଥାନୀୟ ଲୋକ ଓ ଉଦ୍ଧାର ହୋଇଥିବା ଶ୍ରମିକ ।

{"id":136947}

ସିକ୍ୟୁରିଟି ଗାର୍ଡ ରମେଶ ଦାସ, ଭଲବୋ ଡ୍ରାଇଭର ପପୁନ୍ ବିଶ୍ବାଳ, ପ୍ରଡକ୍ସନ ସୁପରଭାଇଜର ରଶ୍ମିରଂଜନ ବେହେରା ଏବଂ ଜଣେ ପମ୍ପ ଖଲାସୀ ଫସି ରହିଥିବା ଏମସିଏଲ ସୂଚନା ଦେଇଛି । ମାଟି ତଳୁ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ୨୦ରୁ ଅଧିକ ହାଇଓ୍ଵା, ଲୋଡ୍‌ରର, ପମ୍ପ ମେସିନ୍ ମଧ୍ୟ ମାଟି ତଳେ ପୋତି ହୋଇ ରହିଛି । ଉଦ୍ଧାର ପାଇଁ ଏନଡିଆରଏଫର ସହାୟତା ନିଆଯାଇଛି ।

{"id":136948}

ମଙ୍ଗଳବାର ରାତି ପାଖାପାଖି ୧୧ ଟା । ଏମସିଏଲଠାରୁ ଠିକା ନେଇଥିବା ସିକଲ୍ କମ୍ପନୀ କାର୍ଯ୍ୟ ଚାଲିଥିଲା। ରାତି ସିଫଟ୍ ରେ ପାଖାପାଖି ଶହେ ଜଣ ଲୋକ କାମ କରୁଥିଲେ । ହଠାତ୍ ସମୁଦ୍ର ଭଳି ମାଡି ଆସିଲା ୫୦ ଫୁଟ ଉଚ୍ଚର ମାଟି ଅତଡା । କିଛି ବୁଝିବା ପୂର୍ବରୁ ପୋତି ହୋଇଗଲେ ୩୦ ଜଣରୁ ଅଧିକ । ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଶ୍ରମିକଙ୍କ ସୁରକ୍ଷା ଓ ଖଣି ସୁରକ୍ଷା କଥାକୁ ଅଣଦେଖା କରାଯାଇଥିବା ଶ୍ରମିକ ନେତା ଅଭିଯୋଗ କରିଛନ୍ତି । ଏଥିପାଇଁ ଦାୟୀ କରାଯାଇଛି ଏମସିଏଲକୁ ।

{"id":136949}

୨୦୧୩ରେ ଭରତପୁର ପୋଖରିଆ କୋଇଲା ଖଣିରେ ଘଟିଥିଲା ଦୁର୍ଘଟଣା । ଜଣଙ୍କର ଜୀବନ ଯାଇଥିଲା, ୨ ଜଣ ଗୁରୁତର ହୋଇଥିଲେ । ସେତେବେଳେ ବି ଏମସିଏଲକୁ ଦାୟୀ କରିଥିଲେ ଶ୍ରମିକ ଏବଂ ସ୍ଥାନୀୟ ଲୋକ । କିନ୍ତୁ ସେତେବେଳର ଅଘଟଣରୁ ଯେମିତି କାହାରିକି କିଛି ଶିକ୍ଷା ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.