ଅନୁଗୁଳ ଜିଲ୍ଲାରେ ବନ୍ୟା ସ୍ଥିତି, ବିନିକେଇ ଶକ୍ତିପୀଠ ଜଳମଗ୍ନ
17/08/2022 at 2:11 PM

ଆଠମଲ୍ଲିକ ୧୭।୮: ବନ୍ୟା ସ୍ଥିତି ଯୋଗୁଁ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିନିକେଇ ଶକ୍ତିପୀଠ ଜଳମଗ୍ନ । ଗତ ଶନିବାରରୁ ଆଠମଲ୍ଲିକରୁ ବିନିକେଇ ମଧ୍ୟରେ ଯାତାୟତ ବନ୍ଦ ରହିଛି । ଫଳରେ ବିନିକେଇ ମନ୍ଦିର ବନ୍ଦ ରହିଛି । ନଦୀ ପତ୍ତନଠାରୁ ୩୦ ଫୁଟ ଉଚ୍ଚତାରେ ବନ୍ୟାଜଳ ଚାଲିଛି । ବନ୍ୟାଜଳ ଏବେବି ମନ୍ଦିରଠାରୁ ପାଖାପାଖି ୯ ଶହ ମିଟର ଦୂରତା ରହିଛି ।
ବିନିକେଇ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ ଆଠମଲ୍ଲିକ ଯିବାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଚଣାଗଡି ନାଳ ଉପରେ ଥିବା ୨୦ଫୁଟ ଉଚ୍ଚ ପାଣିରେ ଅଧ କିଲୋମିଟର ଡଙ୍ଗାରେ ଗଲେ ରାସ୍ତା ପଡୁଛି ।
Related Posts
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023
ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5 February 2023