ରୋହିତ ଶର୍ମାଙ୍କ ଟସ୍‌କୁ ଷଡ଼ଯନ୍ତ୍ର କହିଲେ ପାକିସ୍ତାନ ପୂର୍ବତନ କ୍ରିକେଟର ସିକନ୍ଦର ବଖ୍‌ତ, କଡ଼ା ସମାଲୋଚନା କଲେ ୱାସିମ ଆକ୍ରମ

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ସଫଳତା ପାକିସ୍ତାନ କ୍ରିକେଟ୍‌ରମାନଙ୍କୁ ସହଜରେ ହଜମ ହେଉ ନାହିଁ। ଅନେକ ସମୟରେ ପାକିସ୍ତାନର ବରିଷ୍ଠ ଖେଳାଳି ଅଜବ କମେଣ୍ଟ କରି ପରିହାସ ଓ ସମାଲୋଚନାର ଶିକାର ହେଉଛନ୍ତି। ପାକିସ୍ତାନ ବରିଷ୍ଠ ଖେଳାଳି ସିକନ୍ଦର ବଖ୍‌ତରଙ୍କର ମଧ୍ୟ ସମାନ ଅବସ୍ଥା ହୋଇଛି। ସିକନ୍ଦର ବଖ୍‌ତ, ପାକିସ୍ତାନ ଟିଭି ଚ୍ୟାନେଲ୍‌ରେ କ୍ରିକେଟ୍ ସମୀକ୍ଷା କରୁଥିବା ବେଳେ ରୋହିତ ଶର୍ମାଙ୍କ ଟସ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ। ରୋହିତ ଷଡ଼ଯନ୍ତ୍ର କରି ବିପକ୍ଷ କ୍ୟାପ୍ଟେନ୍‌କୁ ଟସ୍ ଯାଞ୍ଚ୍‌ କରିବାକୁ ଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପାକିସ୍ତାନ ନ୍ୟୁଜ୍ ଚ୍ୟାନେଲ୍ ଜିଓ ଟିଭିରେ ସେ କହିଥିଲେ ଯେ ମୁଁ ଆପଣଙ୍କୁ ଏକ ଷଡ଼ନ୍ତ୍ର ସିଦ୍ଧାନ୍ତ କହିପାରିବି। ଏହାପରେ ସେ କହିଥିଲେ ଯେ, ରୋହିତ ଯେତେବେଳେ ଟସ୍ ପକାଉଛନ୍ତି ସେତେବେଳେ ବିପକ୍ଷ କ୍ୟାପ୍ଟେନ୍‌ ଠାରୁ ଦୂରେଇକି ପକାଉଛନ୍ତି। ଫଳରେ ବିପକ୍ଷ କ୍ୟାପ୍ଟେନ୍ ନିଜ ଟସ୍‌ କଲ୍‌ର ଯାଞ୍ଚ୍ କରିପାରୁନାହାଁନ୍ତି। ପାକିସ୍ତାନ ନ୍ୟୁଜ୍‌ ଚ୍ୟାନେଲ୍ ଜିଓ ଟିଭିରେ କ୍ରିକେଟ୍ ସମୀକ୍ଷା କଲା ବେଳେ ଏପରି କହିଛନ୍ତି ସିକନ୍ଦର ବଖ୍ତ।

ଏଥିସହିତ ବଖ୍‌ତ ଏହି ଇଣ୍ଟରଭ୍ୟୁର ଭିଡିଓ କ୍ଲିପ୍ କାଟି ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରିବା ସହ ଲେଖିଛନ୍ତି “ବିଶ୍ୱକପ୍‌ରେ ଅନ୍ୟ କ୍ୟାପ୍ଟେନ୍‌ମାନଙ୍କୁ ତୁଳନାରେ ଟସ୍‌ ବେଳେ ରୋହିତ ଶର୍ମାଙ୍କ କଏନ୍‌ ଫିଙ୍ଗିବା ଶୈଳୀ ଭାରି ଅଦ୍ଭୁତ। ସେ ବହୁତ ଦୂରକୁ ଟସ୍‌ ଫିଙ୍ଗୁଛନ୍ତି। ଅନ୍ୟ କ୍ୟାପ୍ଟେନକୁ ଦେଖିବାକୁ ଦେଉ ନାହାନ୍ତି। ଏଥିରେ କୌଣସି କାରଣ ରହିଛି କି ?” ଅନ୍ୟ କ୍ରିକେଟ୍ ବୋର୍ଡଙ୍କ ମନରେ ବିସିସିଆଇ ଓ ଭାରତ ବିରୋଧରେ ସନ୍ଦେହ ସୃଷ୍ଟି କରିବାକୁ ବଖ୍‌ତ ତରୁତାର ସହ ଏଭଳି ପ୍ରଶ୍ନ କରିଛନ୍ତି।

ପଢ଼ନ୍ତୁ-ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଖେଳମନ୍ତ୍ରୀଙ୍କ ବିରୋଧରେ ୨.୪ବିଲିୟନSL ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ

ଅନ୍ୟପଟେ ପୂର୍ବତନ ପାକିସ୍ତାନ କ୍ରିକେଟର ସିକରନ୍ଦର ବକ୍ତଙ୍କର ଏଭଳି ବୟାନ୍‌କୁ ନେଇ ପାକିସ୍ତାନର ଅନ୍ୟ କ୍ରିକେଟରମାନେ କଡ଼ା ସମାଲୋଚନା କରିଛନ୍ତି। ଏକ ଟିଭି ଶୋରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ବଖ୍ତଙ୍କୁ ସମାଲୋଚନା କରିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ।

ସେ କହିଛନ୍ତି ଯେ କଏନ୍‌ କେଉଁଠି ପଡ଼ିବ ଏକଥା କିଏ କହିପାରିବ? କୌଣସି କ୍ୟାପ୍ଟେନ୍‌କୁ ଟସ୍ କେଉଁଠି ପକାଇବେ ସେ କଥା କିଏ କହୁଛନ୍ତି ? ଇଏ କେବଳ ସ୍ପନ୍ସରସିପ୍‌ ପାଇଁ ହୋଇଥାଏ। ତାହe କେବଳ ଦେଖାଇବା ପାଇଁ ଥାଏ। ଏଭଳି କଥା ଶୁଣି ମୋତେ ବହୁତ ଲଜ୍ଜା ଲାଗୁଛି ବୋଲି ୱାଶିମ ଆକ୍ରମ କହିଛନ୍ତି।

କେବଳ ଆକ୍ରମ ନୁହଁନ୍ତି ବଖ୍ତଙ୍କର ବୟାନକୁ ପାକିସ୍ତାନ ପୂର୍ବତନ କ୍ରିକେଟର ମୋଇନ ଖାନ ମଧ୍ୟ ସମାଲୋଚନା କରିଛନ୍ତି। ବଖ୍ତ କେବଳ କଥାରେ ଅଡ଼ୁଆ ସୃଷ୍ଟି କରିବାକୁ ଚାହାଁନ୍ତି। ସବୁ ଅଧିନାୟକଙ୍କ ଟସ୍‌ ଶୈଳୀ ଅଲଗା ଅଲଗା ହୋଇଥାଏ ବୋଲି ମୋଇନ ଖାନ୍ କହିଛନ୍ତି। ସେହିପରି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ ମଧ୍ୟ ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ବଖ୍ତଙ୍କର କଥାକୁ ଆଲୋଚନା କରିବା ଉଚିତ ନୁହେଁ।    

ପଢ଼ନ୍ତୁ-ବିଶ୍ଵକପ୍ ଫାଇନାଲ୍ ଦେଖିବାକୁ ଯାଇ ପାରନ୍ତି ପିଏମ ନରେନ୍ଦ୍ର ମୋଦୀ, ଅହମ୍ମଦାବାଦରେ ୧୯ ତାରିଖରେ ମହାମୁକାବିଲା

କେବଳ ସିକନ୍ଦର ବଖ୍ତ ନୁହଁନ୍ତି, ଭାରତର ସଫଳତାର ଅସହିଷ୍ଣୁ ହୋଇ ପାକିସ୍ତାନର ପୂର୍ବତନ କ୍ରିକେଟର ହସନ ରାଜା ମଧ୍ୟ ଭାରତ ବିରୋଧୀ ବିତଣ୍ଡା ବୟାନ ଦେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ମ୍ୟାଚ୍ ଜିତିବା ପରେ ଡିଆର୍‌ଏସ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ ହସନ ରାଜା। ଏଥିସହିତ ଭାରତୀୟ ବୋଲରଙ୍କୁ ଅନ୍ୟ ବଲ୍ ଦିଆଯାଉଛି ବୋଲି ଅଭିଯୋଗ ଆଣିଥିଲେ। ଏଥିରେ ମଧ୍ୟ ୱାସିମ ଆକ୍ରମ ରାଜାଙ୍କୁ କଡ଼ା ସମାଲୋଚନା କରିଥିଲେ।

ତେବେ ପାକିସ୍ତାନର ସବୁ ଖେଳାଳି ଯେ ଭାରତର ସଫଳତା ପାଇଁ ଅସହିଷ୍ଣୁ ତାହା ନୁହେଁ, ଶୋଏବ ଅଖତର ୱାସିମ ଆକ୍ରମ, ଦାନିଶ କାନେରିଆ ଓ କମରାନ ଅଆକମଲ ଭଳି ଖେଳାଳି ଭାରତକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.