ପ୍ରଧାନମନ୍ତ୍ରୀଙ୍କୁ ବି ମାନିଲେନି, ସମସ୍ତଙ୍କ ସାମ୍ନାରେ ଆଙ୍ଗୁଠି ଦେଖାଇ ତାଗିଦ କଲେ ବୃଦ୍ଧ, ଲୋକେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | April 07, 2022 IST

ନୂଆଦିଲ୍ଲୀ, ୦୭/୦୪: ଥରେ ଭାବିଛନ୍ତି ଯଦି କୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଲୋକମାନଙ୍କ ମଝିରେ ଜଣେ ନାଗରିକ ଖୁବ୍‌ ଜୋରରେ ଚାପୁଡ଼ା ମାରନ୍ତି ତେବେ ତାଙ୍କର ଅବସ୍ଥା କଣ ହେବ ?  ଏହା ସବୁଠାରୁ ଏକ ଅସୁବିଧାଜନକ ସମୟ ହେବ । ଠିକ୍‌ ସେହିଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓଟିରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନ୍‌ଙ୍କୁ ଦେଖିବାକୁ ମିଳୁଛି । ସେ ଏକ ପବ୍‌( ଯେଉଁଠାକୁ ମଦ ପାନ କରିବାକୁ ଲୋକେ ଯାଆନ୍ତି)ରେ ରହିଥିଲେ । ଏହି ସମୟରେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓକୁ ଟ୍ୱିଟରରେ ଅନେକ ବ୍ୟବହାରକାରୀ ସେୟାର କରିଛନ୍ତି । ବିବିସି ଏକ ରିପୋର୍ଟରେ ଏହି ଘଟଣାକୁ ନେଇ ପ୍ରକାଶ କରିଛି । ରିପୋର୍ଟ ମୁତାବିକ ଏହି ଘଟଣା ଗତ ବୁଧବାର ଘଟିଛି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ନ୍ୟୁକ୍ଲିୟସ୍‌ରେ ଅବସ୍ଥିତ ଏକ ପବ୍‌ ପହଞ୍ଚିଥିଲେ । ମାରିସନ୍‌ ସେଠାରେ ପହଞ୍ଚିବା ପରେ ସେଠାରେ ଲୋକ ତାଙ୍କୁ ଘେରି ଯାଇଥିଲେ ଏବଂ କିଛି ସାମ୍ୱାଦିକ ସେଠାରେ ମଧ୍ୟ ପହଞ୍ଚିଥିଲେ ।

wp:html /wp:html

ପ୍ରଧାନମନ୍ତ୍ରୀଙ୍କୁ ଦେଖି କିଛି ଲୋକ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ଠିକ୍‌ ସେହି ସମୟରେ ଜଣେ ବୟସ୍କ ବ୍ୟକ୍ତି ସେଠାରେ ପହଞ୍ଚି ସେ ରାଗିକରି କିଛି କହିଥିଲେ । ରିପୋର୍ଟ ଅନୁଯାୟୀ, ଜଣେ ସ୍ଥାନୀୟ ବୃଦ୍ଧ ପେନସନଭୋଗୀ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କୁ ପେନ୍‌ସନ୍‌ଭୋଗୀଙ୍କ ଆୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପେନସନଧାରୀ କହିଛନ୍ତି ଯେ ତୁମେ ତୁମର ପ୍ରତିଶ୍ରୁତି ପାଳନ କରିବା ଉଚିତ୍ । ଏହାକୁ ନେଇ ସେ ରାଗି ଯାଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଆଙ୍ଗୁଠି ଉଠାଇ କଥା କହିବାକୁ ଲାଗିଲେ । ଯାହାକି ଏବେ ଭାଇରାଲ୍‌ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.