ଶାହାରୁଖ୍-ବବିଙ୍କୁ IIFA ଆଓ୍ୱାର୍ଡ ମିଳିବା ପରେ ଭଡକିଲେ ଫ୍ୟାନ୍ସ, ସୋସିଆଲ୍ ମିଡିଆରେ ଲେଖିଲେ-ରଣବୀରଙ୍କୁ କାହିଁକି ମିଳିଲା ନାହିଁ...

Published By : Prameya-News7 Bureau | September 30, 2024 IST

ମୁମ୍ଵାଇ ୩୦।୦୯: ଆବୁଧାବିରେ ଆୟୋଜିତ ହୋଇଥିଲା IIFA ଆୱାର୍ଡ । ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ ଶାହରୁଖ ଓ ଭିକି । ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ।  ଶାହାରୁଖ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆନିମଲକୁ ମଧ୍ୟ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଥିଲା।ଆୱାର୍ଡ ପାଇବା ପରେ ସେ ଅତ୍ୟନ୍ତ କୃତଜ୍ଞ ବୋଲି କହିଥିଲେ ।  

ଗତ ବର୍ଷର ଶାହରୁଖଙ୍କ ଜୱାନ ସବୁଠାରୁ ବଡ ହିଟ୍ ଫିଲ୍ମ ହୋଇଥିବାବେଳେ ରଣବୀର କପୁରଙ୍କ ଅଭିନୀତ ଆନିମଲ ଏହି ଇଭେଣ୍ଟରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତି ଲାଇମ୍‌ ଲାଇଟ ହାସଲ କରିଥିଲା । ଅନିଲ କପୁର ଏବଂ ବବି ଦେଓଲ ମଧ୍ୟ ଆନିମଲ ଚଳଚ୍ଚିତ୍ର ପାଇଁ ଆୱାର୍ଡ ପୁରସ୍କାର ପାଇଥିଲେ ।

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ପ୍ରୀତମ, ବିଶାଲ ମିଶ୍ରା, ମନ ଭରଦ୍ୱାଜ, ଶ୍ରେୟସ ପୁରାଣିକ, ଜାନୀ, ଭୁପିନ୍ଦର ବାବୁଲ, ଆଶିମ କେମସନ, ହର୍ଷବର୍ଦ୍ଧନ ରମେଶ୍ୱର ମଧ୍ୟ ପୁରସ୍କାର ଗ୍ରହଣ କରିଥିଲେ। ଏହି ସବୁ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ଆୱାର୍ଡକୁ ନେଇ ଲୋକମାନେ ନିରାଶ ହୋଇଥିଲେ। ରଣବୀରଙ୍କୁ ନମିଳିବା ନେଇ ୟୁଜର୍ସ ଭଡକିଛନ୍ତି। ସୋସିଆଲ ମିଡିଆରେ ନାନା କମେଣ୍ଟ କରୁଛନ୍ତି।

ଅନ୍ୟ ଜଣେ ଲେଖିଛନ୍ତି, “ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିବା ଉଚିତ୍‌ #SRKଙ୍କ ଏହା ପାଇଁ ସମ୍ପୂର୍ଣ୍ଣ ଭୁଲ୍ । ଶାହାରୁଖ ଜୱାନରେ ଭଲ ଫରଫର୍ମ କରିଛନ୍ତି କିନ୍ତୁ ରଣବୀର # ଆନିମଲରେ ସବୁଠୁ ବେଷ୍ଟ ଦେଇଛନ୍ତି। ପୁରସ୍କାର ଜିତିଥିବା ଶାହରୁଖଙ୍କ ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, "ପଠାନରେ ତାଙ୍କର ଅଭିନୟ ଜୱାନ ଅପେକ୍ଷା ଭଲ ଥିଲା। ଆନିମଲରେ ରଣବୀର ଏବଂ 12th ଫେଲରେ ବିକ୍ରାନ୍ତଙ୍କୁ କିପରି ଦେଲେ ନାହିଁ?" । ଏହା ପୂରାପୂରି ଚିଟିଂ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.