ମନ ପସନ୍ଦର ଗୀତ ପାଇଁ ରୁଷିଲେ କନିଆ, ବାହା ମଣ୍ଡପକୁ ଆସିବା ବାଟରେ ଅଟକି ଗଲେ : ଭିଡିଓ ଭାଇରାଲ୍

Published By : Prameya-News7 Bureau | August 23, 2021 IST

ନୂଆଦିଲ୍ଲୀ ୨୩/୦୮ : ଝିଅମାନେ ପିଲାଦିନରୁ ସେମାନଙ୍କର ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ତାହା ବିବାହର ସଂଗୀତ ହେଉ, ମେହେନ୍ଦୀ ହେଉ କିମ୍ବା କନିଆର ଏଣ୍ଟ୍ରି ଗୀତ । ଝିଅମାନେ ପ୍ରାୟତଃ ସବୁକିଛି ଯୋଜନା କରି ରଖିଥାନ୍ତି । ଏହା ପରେ ମଧ୍ୟ, ଯଦି ବିବାହରେ ସବୁକିଛି ସେମାନଙ୍କ ମନପସନ୍ଦ ଅନୁଯାୟୀ ନହୁଏ, ତେବେ ରାଗ ତ ନିହାତି ଲାଗିବ । ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କନିଆ ତାଙ୍କ ଏଣ୍ଟ୍ରି ପାଇଁ ଛିଡା ହୋଇଛନ୍ତି କିନ୍ତୁ ଯେତେବେଳେ ତାଙ୍କର ପ୍ରିୟ ଗୀତ ଏଣ୍ଟ୍ରି ସମୟରେ ବାଜି ନାହିଁ, ସେତେବେଳେ କନିଆ ରାଗିଯାଇ ଏଣ୍ଟ୍ରି କରିବାକୁ ମନା କରିଦେଇଛନ୍ତି ।

wp:html
/wp:html

ଆଜିକାଲି ଅଧିକାଂଶ ବିବାହରେ କନିଆର ଏଣ୍ଟ୍ରି ପ୍ଲାନ୍ କରାଯାଉଛି, ଗୀତ, ନାଚ ଏବଂ ସେହି ଅନୁଯାୟୀ କୋରିଓଗ୍ରାଫି କରାଯାଉଛି । ଏହି ଭିଡିଓରେ, ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା କନିଆ ବହୁତ ବିବ୍ରତ ଦେଖାଯାଉଛନ୍ତି ଏବଂ ତାଙ୍କ ସାଙ୍ଗ ଆଉ ସମ୍ପର୍କୀୟଙ୍କୁ ଗୀତକୁ ନେଇ କହୁଥିବାର ଦେଖାଯାଉଛି । ଯେତେବେଳେ ଗୀତ ବାଜି ନାହିଁ ସେ ଖୁବ୍ ରାଗିଯାଇଛନ୍ତି । ଲୋକମାନେ ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ କନିଆଙ୍କ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.