କାର ଚାଳକ ବେଶରେ ‘ଦେବଦୂତ’ ଭଳି ଆସି ରକ୍ଷା କଲେ ତିନିଜଣଙ୍କ ଜୀବନ, ଛାତିଥରା ଦୃଶ୍ୟ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ୫/୧୧: କଥାରେ ଅଛି ‘ରଖେ ହରି ମାରେ କିଏ’ ଏମିତି ଏକ ଘଟଣା ଘଟିଛି ଯାହା ସଂପର୍କରେ ଶୁଣିଲେ କିମ୍ବା ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ। ତିନିଜଣଙ୍କ ଜୀବନ ଯାଉଁ ଯାଉଁ ରହିଗଲା। ସ୍ବାମୀ, ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ତିନିଜଣ ରାସ୍ତା ଅତିକ୍ରମ କରୁଥିଲେ। ଠିକ୍ ସେତିକି ବେଳେ ଦ୍ରୁତ ଗତିରେ ଏକ କାର୍‌ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ସ୍ବାମୀ, ସ୍ତ୍ରୀ ଓ ପିଲା ତିନିଜଣଙ୍କ ପ୍ରାଣବାୟୁ ଉଡ଼ିବା ପୂର୍ବରୁ ଜଣେ ମହିଳା କାର ଚାଳକ ଦେବଦୂତ ଭଳି ଆସି ସେମାନଙ୍କ ଜୀବନ ରକ୍ଷା କରିଥିଲେ। କିନ୍ତୁ ଦୁଃଖ​‌ର କଥା ମହିଳା କାର ଚାଳକ ଗୁରୁତର ଆହାତ ହୋଇଥିଲେ। ଆମେରିକାର ଏରିଜୋନାରରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି।

ଘଟଣା ଅନୁସାରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ କାର ଚଳାଇ ଆସୁଥିଲା। ସ୍ବାମୀ,ସ୍ତ୍ରୀ ଓ ତାଙ୍କର ଛୋଟ ପୁଅ ଯେଉଁ ଟ୍ରାକରେ ରାସ୍ତା ଅତିକ୍ରମ କରୁଥିଲେ ଠିକ୍ ତାଙ୍କ ଆଡ଼କୁ କାର୍‌ ମାଡ଼ି ଯାଇଥିଲା। ମାତ୍ର କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ହୁଏତ ତିନିଜଣଙ୍କ ମୃତ୍ୟୁ ହୋଇଥାଆନ୍ତା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହି ଭୟାନକ ଦୁର୍ଘଟଣା ଘଟିବା ପୂର୍ବରୁ ଅନ୍ୟ ଦିଗରୁ ଆସୁଥିବା ଆଉ ଏକ କାର ଆସି ତିନିଜଣଙ୍କ ଆଡ଼କୁ ମାଡି ଆସୁଥିବା ଏହି କାରରେ ଧକ୍କା ଦେଇଥିଲା। ଯାହାଫଳରେ ତିନିଜଣଙ୍କ ଜୀବନ ରକ୍ଷା ହୋଇଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଶାସକ୍ତ ଯୁବକକୁ ଗିରଫ କରିଥିଲା। ନିଶାସକ୍ତ ଯୁବକ ସହ ଥିବା ଯୁବତୀ ଫେରାର ହୋଇଯାଇଥିଲେ।

wp:core-embed/twitter {"url":"https://twitter.com/phoenixpolice/status/1187096824491806721","type":"rich","providerNameSlug":"twitter","className":""}
https://twitter.com/phoenixpolice/status/1187096824491806721
/wp:core-embed/twitter

ବିଚ୍‌ ରାସ୍ତାରେ ତିନିଜଣଙ୍କ ଜୀବନ ମହିଳା କାର ଚାଳକ କିପରି ରକ୍ଷା କଲେ ତାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏରିଜୋନାର ଫୋନିକ୍ସ ପୋଲିସ ବିଭାଗ ଏହି ଭିଡିଓକୁ ନିଜ ଟ୍ବିଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.