୮ ଦଫା ଦାବି ନେଇ ତାତିଲେ ଅଙ୍ଗନଓ୍ୱାଡି ସଂଘ, ବସିଲେ ଧାରଣାରେ

Published By : Prameya-News7 Bureau | December 05, 2022 IST

ନୀଳଗିରି ୦୫/୧୨: ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ ଆସୋସିଏସନ ସଂଲଗ୍ନ ଭାରତୀୟ ମଜଦୂର ସଙ୍ଘର ନୀଳଗିରି ଶାଖା ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ୮ ଦଫା ଦାବି ନେଇ ଶତାଧିକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ନୀଳଗିରି ସିଡିପିଓ ଅଫିସ ଆଗରେ ଧାରଣା ଦେଇଛନ୍ତି

ସରକାରୀ ମାନ୍ୟତା ଦାବି, ୫ହଜାର ଟଙ୍କା ମାସକୁ ପେନସନ ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା ଓ ସହାୟିକାଙ୍କୁ ମାସକୁ ୯ ହଜାର ଟଙ୍କା ଦରମା ପ୍ରଦାନ, ମିନି ଅଙ୍ଗନୱାଡି କୁ ଅଙ୍ଗନୱାଡି କେନ୍ଦ୍ର କରାଯାଉ, ଜିକେଏସ କାର୍ଯ୍ୟରୁ ବାଦ ଦେବା, ଗରମ ଖାଦ୍ୟର ମାନ ବୃଦ୍ଧି କରାଯିବା ଭଳି ୮ ଦଫା ଦାବି ନେଇ ଧାରଣା ଦେଇଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା ।

ଏହି ଆନ୍ଦୋଳନରେ ନୀଳଗିରି ପୂର୍ବତନ ବିଧାୟକ ତଥା ସଂଘର ଉପଦେଷ୍ଟା ଚିତ୍ତରଞ୍ଜନ ଷଡ଼ଙ୍ଗୀ ସାମିଲ ଅଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କହିଛନ୍ତି ଆନ୍ଦୋଳନ କାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.