ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ: ମାସିକ ଦରମା ୧୮ ହଜାର ଟଙ୍କା ସହ ସରକାରୀ ମାନ୍ୟତା ଦାବି

Published By : Prameya-News7 Bureau | February 22, 2021 IST

ଅନୁଗୋଳ୨୨/୨: ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି କରି ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅନୁଗୋଳ ଜିଲ୍ଲା ଅଙ୍ଗନବାଡି କର୍ମୀ। ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳା ଅଙ୍ଗନବାଡି କର୍ମୀମାନେ ଅନଗୁଳ ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ।

{"id":413060,"sizeSlug":"large","linkDestination":"none"}

ବିଶେଷ କରି ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସାଙ୍ଗକୁ ମାସିକ ବେତନ ୧୮ ହଜାର ଟଙ୍କା ଦାବି କରିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ଏଥିପ୍ରତି ତୁରନ୍ତ ବିଚାର କରିବା ପାଇଁ ଦାବି ରଖିଛନ୍ତି। ଏ ସମ୍ପର୍କିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦେଇଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅଙ୍ଗନବାଡି କର୍ମୀ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.