AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

୮ ଦଫା ଦାବି ନେଇ ଅଙ୍ଗନବାଡି ସଙ୍ଘର ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ଦାବିପତ୍ର

30/12/2022 at 3:05 PM

ବଲାଙ୍ଗୀର ୩୦/୧୨: ରାଜରାସ୍ତାରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ । ୮ ଦଫା ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏକ ହଜାରରୁ ଅଧିକ କର୍ମୀ । ସ୍ଥାୟୀ ନିଯୁକ୍ତି , ଉଚିତ କାମକୁ ଉଚିତ ଦରମା ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀରେ ସାମିଲ ।

ଏହାସହ ୫୦% ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦% ସ୍ନାତ୍ତକ ଓ ତଦୁର୍ଦ୍ଧ୍ୱ ଅଙ୍ଗନୱାଡି କର୍ମୀଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦେବା ଭଳି ୮ ଦଫାଦାବି ନେଇ ଆଜି ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି କର୍ମୀ । ଏନେଇ ସ୍ଥାନୀୟ ଗାନ୍ଧିମାର୍ଗରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଥିଲେ ।

ପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ସେପଟେ ଆଗାମୀ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଦାବି ଜଣାଇବେ ଯଦି ଦାବି ପୂରଣ ନହୁଏ ତାହେଲେ ଆଗକୁ ଭୁବନେଶ୍ୱର କୋଲକାତା ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ନେଇ ଚେତାବନୀ ଦେଇଛି ସଙ୍ଘ ।

   Related Posts