୮ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର
26/12/2022 at 6:51 PM

ଢେଙ୍କାନାଳ ୨୬/୧୨: ୮ଦଫା ଦାବିରେ ଗତ ନଭେମ୍ବର ୨୧ରୁ ଆନ୍ଦୋଳନରତ ଅଙ୍ଗନୱାଡ଼ି କର୍ମଚାରୀମାନେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଢେଙ୍କାନାଳର ସମସ୍ତ ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମଚାରୀମାନେ ଭାରତୀୟ ମଜଦୂର ସଂଘ ସହାୟତାରେ ଢେଙ୍କାନାଳ ସହରରେ ବିଶାଳ ପ୍ରତିବାଦ ଶୋଭଯାତ୍ରା କରିଛନ୍ତି। ବିଭିନ୍ନ ଦାବି ଲିଖିତ ପ୍ଲା କାର୍ଡ ସାଙ୍ଗକୁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି। ସେମାନଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା, ଅବସର ବେଳେ ୫ ଲକ୍ଷ ଗ୍ରାଚ୍ୟୁଟି ଓ ମାସିକ ୫ ହଜାର ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି। ଏହା ସହିତ ଗ୍ରାମ କଲ୍ୟାଣ ସମିତି ଅଧୀନରୁ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି ତେବେ ଆଗାମି ସମୟରେ ସେମାନଙ୍କ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନି ଦେଇଛନ୍ତି।