ଘରେ ନିଆଁ ଲାଗି ଜଳିଗଲା ଅଙ୍ଗନବାଡି କର୍ମୀଙ୍କ ୭ ବଖରା ଘର
29/09/2018 at 11:37 AM

ଭଦ୍ରକ ୨୯/୯ : ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅନ୍ତର୍ଗତ ବରଗଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡରେ ବରଗଡ଼ିଆ ଗାଁର ଅଙ୍ଗନବାଡି କର୍ମୀଙ୍କ ୭ ବଖରା ଘର ସହ ଦୁଇଟି ମଟରସାଇକେଲ ଭସ୍ମୀଭୂତ ହୋଇଯାଇଛି | ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗି ଧୀରେ ଧୀରେ ଘର ସାରା ନିଆଁ ବ୍ୟାପିଯାଇଥିଲା | ହଠାତ ନିଆଁ ଲାଗିବାରୁ ଲୋକେ ଘରୁ ବାହାରି ଆସିଥିଲେ | ଅଙ୍ଗନବାଡି କର୍ମୀଙ୍କ ସରକାରୀ କାଗଜପତ୍ର ଓ ଘରର ଆସବାବପତ୍ର ପତ୍ର ସମେତ ଦୁଇଟି ମଟରସାଇକେଲ ଜଳିଯାଇଥିଲା | ଦମକଳକୁ ଫୋନ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଖରାପ ଯୋଗୁଁ ଦମକଳ ଆସିପାରିନଥିବା ଅଭିଯୋଗ କରିଛନ୍ତି |ଗାଁ ଲୋକେ ଦମକଳ ନ ଆସିବାରୁ ଗାଁ ଲୋକେ ଭଦ୍ରକ ଧାମନଗର ରାସ୍ତାର ବରଗଡ଼ିଆ ଛକ ନିକଟରେ ରାସ୍ତାରୋକ କରିଛନ୍ତି |